www.samajalive.in
Saturday, December 13, 2025
18.1 C
Bhubaneswar

ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀକୁ ଗିରଫ କଲା ତାମିଲନାଡୁ ପୁଲିସ 

ଗୋପାଳପୁର : ଦୀର୍ଘ ମାସ ଧରି ଫେରାର ରହିଥିବା ଆନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀ କୁ ଗୋଳନ୍ଥରା ପୁଲିସ ସହାୟତାରେ ତାମିଲନାଡୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ଗୋଳନ୍ଥରା ଥାନା ହନ୍ତଳୁ ଗାଁର କେ ହରିକୃଷ୍ଣ ରେଡ୍ଡୀ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ଗିରଫ ହରିକୃଷ୍ଣ ଗଞ୍ଜେଇ ଚୋରା ଚାଲାଣ କରିବା ମାମଲାରେ ତାମିଲନାଡୁ ପୁଲିସ  ଗୁମୁଡିପୁଣ୍ଡି ପୁଲିସ ଥାନାରେ ଏକ ମାମଲା ରୁଜୁ କରିଥିଲା। ଏହା ପର‌ଠାରୁ ହରିକୃଷ୍ଣ ଫେରାର ରହିଥିବା ବେଳେ ଗୋଳନ୍ଥରା ଥାନା ଇଲାକାରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲେ। ତାମିଲନାଡୁ ରୁ ଆସିଥିବା ଏକ ପୁଲିସ ଟିମ୍  ଗୋଳନ୍ଥରା ଥାନା ରେ ପହଞ୍ଚି ଏଏସ ଆଇ କୃତିବାସ ନାୟକ ଓ ରାମଶଙ୍କର ବେହେରା ଙ୍କ ନେତୃତ୍ୱରେ ହରିକୃଷ୍ଣ ଙ୍କ ଘରେ ଚଢ଼ାଉ କରି ଗିରଫ କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories