www.samajalive.in
Wednesday, December 10, 2025
23.1 C
Bhubaneswar

ଶେଷ ହେଲା ମଥୁରା ଦୋଳ ଉତ୍ସବ

ଭବାନୀପାଟଣା: ମଥୁରା ର ପ୍ରସିଦ୍ଧ ଦୋଳ ଉତ୍ସବ ଶେଷ ହେଇଛି। ଉତ୍ସବର ଚତୁର୍ଥ ସନ୍ଧ୍ୟାରେ  ନାଟକ ” ଆଖି ଅବୁଝାକୁ ଲୁହ ଅବୁଝା” ମଞ୍ଚସ୍ଥ ହୋଇଥିଲା। ଶେଷ ସନ୍ଧ୍ୟାରେ ପୌରାଣିକ ନାଟକ “ଜାନୁଭଗ୍ନ” ସ୍ଥାନୀୟ କଳାକାର ଙ୍କ ଦ୍ଵାରା ମଞ୍ଚସ୍ଥ ହେଇଥିଲା। ଏଥିସହିତ ଦେଶିଆ ନାଟକ ମଧ୍ୟ ମଞ୍ଚସ୍ଥ ହେଇଥିଲା। ଶିଶୁ କଳାକାର ଙ୍କ ନୃତ୍ୟ ତଥା ରାଧାକୃଷ୍ଣ ହାଇସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପରିବେଷିତ ନାଟକ ଦର୍ଶକଙ୍କ ଦ୍ଵାରା ବେଶ ପ୍ରଶଂସିତ ହେଇଥିଲା। ପାରମ୍ପରିକ ଭାବେ ଖୋଲା ପର୍ଭା ରେ କଳାକାର ମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଗତ ୨୫ ତାରିଖ ଦିନ ମହାପ୍ରଭୁଙ୍କ ଝୁଲଣ ଉତ୍ସବ ତଥା ରାଧାକୃଷ୍ଣ ଙ୍କ ବିମାନ ଗାଁ ପରିକ୍ରମା କରିବା ପରେ ଚଳିତ ବର୍ଷର ଦୋଳ ଉତ୍ସବ ସମ୍ପନ୍ନ ହେଇଛି। ଆସନ୍ତାବର୍ଷ ଫଗୁ ଯାତ୍ରା ବା ଦୋଳ ଉତ୍ସବ କୁ ଆହୁରି ଆକର୍ଷଣୀୟ କରିବାକୁ ଉଦ୍ୟମ ହେବ ବୋଲି ରାଧାକୃଷ୍ଣ କ୍ଲବ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories