www.samajalive.in
Saturday, December 13, 2025
27.1 C
Bhubaneswar

ଗର୍ତ୍ତରେ ଖସି ଜଣଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବି ନେଇ କମ୍ପାନୀ ସମ୍ମୁଖରେ ଆନ୍ଦୋଳନ

ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ବାସନାପୁଟି ଗ୍ରାମ ନିକଟ ଆଇଆରଇଏଲ ଡ୍ରେଜିଂ ଅଞ୍ଚଳରେ ଥିବା ଏକ ବିରାଟ ଗର୍ତ୍ତରେ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଚମାଖଣ୍ଡି ଥାନା ଅଧିନ ବାସନାପୁଟି ଗ୍ରାମର ଖଲ୍ଲୀ ନାୟକ । ଏହି ଘଟଣାରେ ମଙ୍ଗଳବାର ସନ୍ଧ୍ୟାରେ ଆଇଆରଇଏଲ କମ୍ପାନୀ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ କରିଛନ୍ତି ଗ୍ରାମବାସୀ । ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ସହ ୨ ଜଣକୁ ନିଯୁକ୍ତି ଦାବି ହୋଇଛି । ଖଲ୍ଲୀ ନାୟକ ସୋମବାରଠାରୁ ନିଖୋଜ ଥିବାବେଳେ ଆଜି ତାଙ୍କ ମୃତଦେହ ମିଳିଥିଲା । ବାସନାପୁଟି ଗ୍ରାମ ନିକଟ ଆଇଆରଇଏଲ କରୁଥିବା ଡ୍ରେଜିଂ ସ୍ଥାନରେ ବଡ଼ ଗର୍ତ୍ତ ହୋଇ ଯାଇଥିବା ବେଳେ ସେଠାରେ ବୁଡିଯାଇ ଖଲ୍ଲୀଙ୍କ ମୃତ୍ୟୁ ହୋଇଥିଲା ।

ଦମକଳ ବାହିନୀ ଓ ଚମାଖଣ୍ଡି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ଅନ୍ୟପଟେ ଦୀର୍ଘ ୧୦ ରୁ ୧୨ ବର୍ଷ ଧରି ଆଇଆରଇଏଲ ପକ୍ଷରୁ ଏଠାରେ ଡ୍ରେଜିଂ କରାଯାଇଥିଲେ ମଧ୍ୟ ତାହାକୁ ସମତଳ କରାଯାଇନାହିଁ । ଯାହା ଫଳରେ ଆଜି ଏପରି ଅଘଟଣ ଘଟିଥିବାରୁ ବାସନାପୁଟି ଗ୍ରାମର ବହୁ ଗ୍ରାମବାସୀ ଆଇଆରଇଏଲ କମ୍ପାନୀ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ମୃତ ଖଲ୍ଲୀଙ୍କ ପରିବାରର ଦୁଇ ଜଣଙ୍କୁ ଚାକିରୀ ଦେବା ସହ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ସେମାନେ ଦାବି କରିଛନ୍ତି । ଆସନ୍ତା ଦୁଇ ଦିନ ମଧ୍ୟରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯିବ । ଯଦି ଆଲୋଚନାରେ କୌଣସି ସମାଧାନ ନ ହୁଏ ତେବେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି ।

- Advertisement -

 

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories