ସାରା ଦେଶରେ ପାଳିତ ହେଉଛି ରଙ୍ଗର ପର୍ବ ହୋଲି
ଡେସ୍କ: ଆଜି ରଙ୍ଗର ପର୍ବ ହୋଲି ସାରା ଦେଶରେ ପାଳିତ ହେଉଛି। ଏହି ପର୍ବ ମନ୍ଦ ଉପରେ ଭଲର ବିଜୟକୁ ସୂଚିତ କରେ ଏବଂ ବସନ୍ତ ଋତୁର ଆଗମନକୁ ଦର୍ଶାଏ। ଏହି ଦିନ ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଆଦାନ ପ୍ରଦାନ କରନ୍ତି, ମିଠା ଖାଆନ୍ତି ଏବଂ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତି। ବ୍ରଜ ମଣ୍ଡଳଠାରୁ ଆରମ୍ଭ କରି ଅଯୋଧ୍ୟା ଧାମ ପର୍ଯ୍ୟନ୍ତ ସମଗ୍ର ଉତ୍ତରପ୍ରଦେଶରେ ହୋଲିର ଆନନ୍ଦ ଦେଖିବାକୁ ମିଳୁଛି। ପଞ୍ଜାବରେ ପାକିସ୍ତାନ ସହ ଲାଗିଥିବା ଭାରତର ସୀମାର ସୁରକ୍ଷା ଦାୟିତ୍ୱରେ ଥିବା ସୀମା ସୁରକ୍ଷା ବାହିନୀ ଯବାନମାନେ ରଙ୍ଗ ଲଗାଇ ହୋଲି ପାଳନ କରିଛନ୍ତି।
Comments are closed.