www.samajalive.in
Monday, December 15, 2025
14.1 C
Bhubaneswar

ଖରାଦିନ ପୂର୍ବରୁ ବଜାରକୁ ନୂଆ କୁଲର ଆଣିଲା ଥମସନ୍, ଦାମ୍ ୪ ହଜାର ଟଙ୍କାରୁ ଆରମ୍ଭ

ନୂଆଦିଲ୍ଲୀ : ଥମସନ୍ ଭାରତରେ ନିଜ ନୂଆ ଏୟାର କୁଲରର ବଜାର ପ୍ରବେଶ କରାଇଛି । ଏହି କୁଲର ୨୮ରୁ ୧୫୦ ଲିଟର କ୍ଷମତା ବିଶିଷ୍ଟ ଏବଂ ଏଗୁଡିକ ୯୦ ଫୁଟ ଦୂର ପର୍ଯ୍ୟନ୍ତ ଥଣ୍ଡା ପବନ ପ୍ରଦାନ କରିପାରିବ । ବିଜୁଳି ସଞ୍ଚୟ ସହ ଅଧିକ ଥଣ୍ଡା ପବନ ପ୍ରଦାନ କରିବା ପାଇଁ ଏଥିରେ ବିଏଲଡିସି(ବ୍ରସଲେସ୍ ଡାଇରେକ୍ଟ କରେଣ୍ଟ) ମୋଟର ମଧ୍ୟ ଲାଗିଛି । ଆଗକୁ ଖରାଦିନ ଆସୁଥିବାରୁ କମ୍ପାନୀ ଗ୍ରାହକଙ୍କ ପାଇଁ ଦାମ୍ ମାତ୍ର ୪ ହଜାର ଟଙ୍କାରୁ ଆରମ୍ଭ କରିଛି ।

ଥମସନର ନୂଆ ଏୟାର କୁଲର ୨୩ ମାର୍ଚ୍ଚରୁ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ବିକ୍ରି ପାଇଁ ଉପଲବ୍ଧ ହୋଇଯାଇଛି । ବିଭିନ୍ନ ମଡେଲ ପାଇଁ ଦାମ୍ ଭିନ୍ନ ରହିଛି । ସର୍ବନିମ୍ନ ୪ ହଜାର ଟଙ୍କାରୁ ଆରମ୍ଭ ହୋଇ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଏହାର ଦାମ୍ ରହିଛି । ଉପଭୋକ୍ତା ନିଜ ଆବଶ୍ୟକ ଅନୁଯାୟୀ ବା ନିଜ କୋଠରୀ ଅନୁସାରେ ଛୋଟ ବା ବଡ କୁଲର ନେଇପାରିବେ । ଏହା କମ୍ ଶବ୍ଦ କରିବା ସହିତ ବହୁତ ଦୂର ପର୍ଯ୍ୟନ୍ତ ଥଣ୍ଡା ପବନ ଦେଇପାରିବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories