www.samajalive.in
Saturday, December 6, 2025
23.1 C
Bhubaneswar

ଦେଶର ଅନୁଷ୍ଠାନକୁ ନଷ୍ଟ ହେବାକୁ ଦେବୁନି: ରାହୁଲ

ଚେନ୍ନଇ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ରର ବିଜେପି ନେତୃତ୍ବ ଏନଡିଏ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। ରବିବାର ଏଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ରାହୁଲ କହିଛନ୍ତି ଯେ ବିଜେପି ନେତୃତ୍ବ ଏନଡିଏ ସରକାରର ଗୋଟିଏ ଉଦ୍ଦେଶ୍ୟ ହେଉଛି ଦେଶକୁ ଶାସନ କରିବା। ଏଥିପାଇଁ ବିଜେପି ଦେଶର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନକୁ କରାୟତ କରିବାକୁ ଚେଷ୍ଟା ଚଳାଇଛି; ମାତ୍ର ବିଜେପିର ଏପରି ଚେଷ୍ଟାକୁ କଂଗ୍ରେସ କେବେହେଲେ ସଫଳ ହେବାକୁ ଦେବ ନାହିଁ। ଦେଶର ସଂସ୍କୃତି, ସଭ୍ୟତା ଓ ଅନୁଷ୍ଠାନକୁ କୌଣସି ପରିସ୍ଥିତିରେ ନଷ୍ଟ ହେବାକୁ ଦିଆଯିବ ନାହିଁ। ଏଥିପାଇଁ କଂଗ୍ରେସ ଏହାର ସମଭାବାପନ୍ନ ଦଳ ସହିତ ମିଶି ଲଢେଇ କରିବ ବୋଲି ରାହୁଲ କହିଛନ୍ତି। ଡିଏମକେର ପୂର୍ବତନ ନେତା କରୁଣାନିଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ଯୋଗ ଦେବା ଅବସରରେ ରାହୁଲ କଂଗ୍ରେସର ସହଯୋଗୀ ଡିଏମକେ ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ବିଜେପିକୁ ଏପରି ସମାଲୋଚନା କରିଥିଲେ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories