www.samajalive.in
Saturday, December 6, 2025
26.1 C
Bhubaneswar

ସ୍ବର୍ଣ୍ଣାକ୍ଷରରେ କଳିଙ୍ଗ

ହକି ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି କଳିଙ୍ଗ ଷ୍ଟାଡ଼ିୟମ। ବିଶ୍ୱ ହକିରେ ନୂଆ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ହକି ଖେଳାଳି ସୃଷ୍ଟି କରିବା ନେଇ ଓଡ଼ିଶା ସବୁବେଳେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିଲା। ୨୦୧୩ରେ ଓଡ଼ିଶା ହକି ସହିତ ଯୋଡ଼ି ହୋଇଯାଇଥିଲା ଆଉ ଏକ ସଫଳତା। କଳିଙ୍ଗ ଷ୍ଟାଡ଼ିୟମରେ ୨୦୧୩ରେ ନୂତନ ହକି କମ୍ପେ୍ଲକ୍ସ ନିର୍ମାଣ ହେବା ସହିତ ସିନ୍ଥେଟିକ୍‍ ଟର୍ଫ ବିଛାଯାଇଥିଲା। ୨୦୧୪ରେ ଚମ୍ପିଆନ୍ସ ଟ୍ରଫିର ସଫଳ ଆୟୋଜନ ପରେ ଓଡ଼ିଶାକୁ ହକି ବିଶ୍ୱକପ ଆୟୋଜନ ନେଇ ସୁଯୋଗ ମିଳିଥିଲା। ୨୦୧୭ରେ ହକି ବିଶ୍ୱଲିଗ୍‍ ଫାଇନାଲ ସଫଳ ପରିଚାଳନା ଏଫଆଇଏଚ୍‍କୁ ହକି ବିଶ୍ୱକପର ସଫଳତା ନେଇ ପୂର୍ବ ସୂଚନା ଦେଇଥିଲା। ହକି ବିଶ୍ୱକପ ଲାଗି କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସ ନବକଳେବର ହୋଇଥିଲା। ନୂତନ ଗ୍ୟାଲେରୀ ନିର୍ମାଣ ସହ ୧୫ ହଜାର ଦର୍ଶକ ସୁବିଧା, ଦୁଇ ଗ୍ରାଉଣ୍ଡରେ ନୂତନ ଟର୍ଫ, ଅନ୍ତର୍ଜାତୀୟମାନର ଖେଳାଳି ଡ୍ରେସିଂ ରୁମ ମଧ୍ୟ ନିର୍ମାଣ କରାଯାଇଛି। ଦୁଇ ପ୍ରବେଶ ପଥର ନବୀକରଣ ମଧ୍ୟ କରାଯାଇଥିଲା। ଏକ ବିଶ୍ୱସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ ସହିତ ହକି ବିଶ୍ୱକପର ସଫଳ ଆୟୋଜନ ନେଇ ଏବେ କଳିଙ୍ଗ ଷ୍ଟାଡ଼ିୟମ ହକିର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories