www.samajalive.in
Saturday, December 6, 2025
14.1 C
Bhubaneswar

ଗଞ୍ଜେଇ ସହ ଦୁଇଟି କାର୍, ଚାରି ଲକ୍ଷ ଟଙ୍କା, ମୋବାଇଲ ଜବତ ; ତିନି ଗିରଫ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସକୁ ବଡ଼ ସଫଳତା ମିଳିଛି। ବାଲିଗୁଡ଼ା ଅଞ୍ଚଳରୁ ତାମିଲନାଡୁ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଗଞ୍ଜେଇ ଚୋରା ଚାଲାଣ ବେଳେ ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ନିକଟସ୍ଥ ଡାବୁଡାକା ଘାଟି ନିକଟରେ ମାଡ଼ି ବସିଲା ପୁଲିସ। ୧୩୨ କେଜି ଗଞ୍ଜେଇ ସହ ଦୁଇଟି କାର୍ ଜବତ କରିଛି।

ଏଥିସହିତ ସେମାନଙ୍କ ନିକଟରୁ ନଗଦ ଚାରି ଲକ୍ଷ ଟଙ୍କା ସମେତ ସାତୋଟି ମୋବାଇଲ୍ ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି । ଘଟଣାରେ ତିନିଜଣ ମାଫିଆ ଗିରଫ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ମାଫିଆ ଫେରାର୍ ହୋଇ ଯାଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସାତ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଗିରଫ ମାଫିଆଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଅଶୋକ ଗିରି, ତାମିଲନାଡୁ ରାଜ୍ୟର ପାଲାୟାମକୋତାଇର ଲର୍ଡୋ ଆଣ୍ଟୋନି ଓ ଜେ.ସେଲଭା କୁମାର ହୋଇଥିବା ବେଳେ ଅନ୍ୟ ଦୁଇ ମାଫିଆ ବୌଦ୍ଧ ଜିଲ୍ଲା କଣ୍ଟାମାଳର ଘନ ରଣା ଓ ବଲାଙ୍ଗିରର ଭୋଳା ସାହୁ ଫେରାର ଅଛନ୍ତି । ଏନେଇ ବାଲିଗୁଡ଼ା ଥାନା କେସ୍ ନଂ ୭୫/୨୦୨୪ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବାଲିଗୁଡ଼ା ଏସଡିପିଓ ରାହୁଲ ଗୋଏଲ୍ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories