www.samajalive.in
Saturday, December 13, 2025
26.1 C
Bhubaneswar

ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଏହି ପର୍ଯ୍ୟାୟରେ ତାମିଲନାଡୁ ଓ ପୁଡୁଚେରୀର ପ୍ରାର୍ଥୀଙ୍କ ନାମ ସାମିଲ ରହିଛି । ଏପ୍ରିଲ ୧୯ରେ ପୁଡୁଚେରୀ ଓ ତାମିଲନାଡୁରେ ଭୋଟ ଗ୍ରହଣ ହେବ । ପୁଡୁଚେରୀ ଲୋକସଭା ପାଇଁ ବିଜେପୀ ନମସିବିୟମଙ୍କୁ ଟିକେଟ ଦେଇଛି । ଏହି ଆସନରେ ବର୍ତ୍ତମାନ କଂଗ୍ରେସ ପକ୍ଷରୁ ବି.ବୈଥଲିଙ୍ଗମ ସାଂସଦ ରହିଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ତାମିଲନାଡୁର ୯ଟି ଆସନ ପାଇଁ ପ୍ରାର୍ଥଙ୍କ ନାମ ଘୋଷଣା କରିଛି । ତାମିଲନାଡୁ ବିଜେପି ମୁଖ୍ୟ ଅନ୍ନାମଲାଇଙ୍କୁ କୋଇମ୍ବାଟୁର ଲୋକସଭା ଆସନ ପାଇଁ ଦଳ ଟିକେଟ ଦେଇଛି । ଏହାସହ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନଙ୍କୁ ଦକ୍ଷିଣ ଚେନ୍ନାଇ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories