ଚାଲିଛି ଜୋରସୋର ପ୍ରସ୍ତୁତି; ଫୁଲର ରଙ୍ଗରେ ହୋଲି ଖେଳିବେ ପ୍ରଭୁ ରାମଲାଲା

ନୂଆଦିଲ୍ଲୀ : ଅଯୋଧ୍ୟାରେ ନବନିର୍ମିତ ମନ୍ଦିରରେ ପ୍ରଭୁ ରାମଲାଲାଙ୍କର ପ୍ରଥମ ହୋଲିକୁ ନେଇ ପ୍ରସ୍ତୁତି ଜୋରସୋର ଚାଲିଛି। ଏକ ସ୍ୱତନ୍ତ୍ର ଫୁଲରୁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରାଯାଉଛି। ଏହି ରଙ୍ଗରେ ପ୍ରଭୁ ରାମଲାଲା ହୋଲି ଖେଳିବେ। ବର୍ତ୍ତମାନ ଅଯୋଧ୍ୟାରେ ହୋଲି ପର୍ବ ପାଇଁ ପ୍ରସ୍ତୁତି ଖୁବ୍‌‌ ଜୋରରେ ଚାଲିଛି। ଏହି ବର୍ଷ ପ୍ରଭୁ ରାମଲାଲା ଫୁଲରେ ତିଆରି ରଙ୍ଗରେ ହୋଲି ଖେଳିବେ। ବୈଜ୍ଞାନିକଙ୍କ ତତ୍ତ୍ୱାବଧାନରେ ଏହି ରଙ୍ଗ ପ୍ରସ୍ତୁତ କରାଯାଉଛି।
ଅଯୋଧ୍ୟାରେ ରାମ ଦରବାରରେ ହୋଲିର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଠାରୁ ମଧ୍ୟ ଭବ୍ୟ ହେବ ବୋଲି କୁହାଯାଉଛି। ୪୯୫ ବର୍ଷ ପରେ ଅଯୋଧ୍ୟାରେ ରାମ ଦରବାରରେ ହୋଲି ଖେଳାଯିବ ବୋଲି ଜଣାପଡିଛି। ମନ୍ଦିର ପରିସରରେ ହୋଲି ପର୍ବକୁ ନେଇ ବିଶେଷ ପ୍ରସ୍ତୁତି କରାଯାଉଛି। ରାମ ଭକ୍ତଙ୍କୁ ମଧ୍ୟ ରାମଲାଲାଙ୍କ ସହ ହୋଲି ଖେଳିବାକୁ ସୁଯୋଗ ମିଳିବ।
ମନ୍ଦିରର ପୂଜାରୀ କହିଛନ୍ତି, ପ୍ରଭୁ ରାମଲାଲା ନୂଆ ବସ୍ତ୍ର ଧାରଣ କରିବେ। ଏହାସହ ବିଭିନ୍ନ ଜିନିଷର ଭୋଗ ଅର୍ପଣ କରାଯିବ। ୫୬ ପ୍ରକାର ବ୍ୟଞ୍ଜନର ମଧ୍ୟ ଭୋଗ ଅର୍ପଣ କରାଯିବ। ଏହାପରେ ରଙ୍ଗ ଅର୍ପଣ କରାଯାଇ ହୋଲି ପର୍ବ ପାଳନ କରାଯିବ।

 

Comments are closed.