www.samajalive.in
Sunday, December 7, 2025
18.1 C
Bhubaneswar

ଯୋଗୀ ସରକାରଙ୍କ ମଦ୍ରାସା ଶିକ୍ଷା ଆଇନ ରଦ୍ଦ, ଅସାମ୍ବିଧାନିକ ବୋଲି କହିଲେ ଆହ୍ଲାବାଦ ହାଇକୋର୍ଟ

ଡେସ୍କ: ଆହ୍ଲାବାଦ ହାଇକୋର୍ଟ ଶୁକ୍ରବାର ଏକ ଐତିହାସିକ ରାୟରେ ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମ, ୨୦୦୪କୁ ଅସାମ୍ବିଧାନିକ ଏବଂ ଧର୍ମନିରପେକ୍ଷତା ନୀତିର ଉଲ୍ଲଂଘନ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ଆନୁଷ୍ଠାନିକ ବିଦ୍ୟାଳୟ ବ୍ୟବସ୍ଥାରେ ସ୍ଥାନ ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି। ଅଦାଲତର ଲକ୍ଷ୍ନୌ ଶାଖାର ଜଷ୍ଟିସ ବିବେକ ଚୌଧୁରୀ ଓ ଜଷ୍ଟିସ ସୁଭାଷ ବିଦ୍ୟାର୍ଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।

ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

- Advertisement -

ଅଂଶୁମାନ ସିଂହ ରାଠୋର ନାମକ ଜଣେ ବ୍ୟକ୍ତିଙ୍କ ରିଟ୍ ପିଟିସନର ଶୁଣାଣି କରି ଅଦାଲତ ଏହି ଆଇନକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ରାଠୋର ୟୁପି ମଦ୍ରାସା ବୋର୍ଡର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରିବା ସହ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଦ୍ୱାରା ଉଭୟ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ମଦ୍ରାସା ପରିଚାଳନାକୁ ବିରୋଧ କରିଥିଲେ। ରାଜ୍ୟର ଇସଲାମିକ ଶିକ୍ଷାନୁଷ୍ଠାନଗୁଡ଼ିକର ସର୍ଭେ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବାର କିଛି ମାସ ପରେ ଏହି ରାୟ ପ୍ରକାଶ ପାଇଛି।

ଇସ୍ରୋକୁ ବଡ ସଫଳତା: ‘ପୁଷ୍ପକ’ ବିମାନର ହେଲା ସଫଳ ପରୀକ୍ଷଣ

ଯୋଗୀ ଆଦିତ୍ୟନାଥ ସରକାର ୨୦୨୩ ଅକ୍ଟୋବରରେ ବିଦେଶରୁ ମଦ୍ରାସାଗୁଡିକୁ ମିଳୁଥିବା ପାଣ୍ଠିର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories