www.samajalive.in
Monday, December 15, 2025
17.1 C
Bhubaneswar

ଶୁକ୍ରବାର ରାଶିଫଳ: ବ୍ୟବସାୟରେ ଲାଭ ସହ ମିଳିବ ଖୁସି ଖବର, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଉପାଦେୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଅର୍ଜିତ ଧନ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସମ୍ବାଦ ମିଳିପାରେ।

ବୃଷ- ପରିଶ୍ରମ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ଗୃହ ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବେ। ଯାନବାହନ ସୁଖ ମିଳିବ। କୃଷିରୁ ଭଲ ଆୟ ହେବ।

- Advertisement -

ମିଥୁନ- ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନ ପାଇ ଆତ୍ମତୃପ୍ତି ମିଳିବ। ଉପୁଜିଥିବା ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିପାରେ।

କର୍କଟ- ବିଭିନ୍ନ ଉପାୟରେ ଧନ ଅର୍ଜନ କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବାର ସୂଚନା ମିଳୁଛି। ତ୍ୟାଗପୂତ ମନୋବୃତ୍ତିର ହେବେ। ମତିମାନ୍‌ ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ।

ସିଂହ- ଆୟ ଯଥେଷ୍ଟ ପରିମାଣାତ୍ମକ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁଷମ ଖାଦ୍ୟ ରୁଚିକର ହେବ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ସୃଷ୍ଟି ହେବେ।

କନ୍ୟା- ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ସାଧନା ଫଳପ୍ରସୂ ହେବ। ରୂପଯୌବନ ସମ୍ପନ୍ନା ବିଶାଳ କୁଳସମ୍ଭବା ହେବେ। ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି।

ତୁଳା- ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ଉଦ୍ୟମ ଜାରି ରଖିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ମିଳିବ। କର୍ମଠ ହେବେ।

ବିଛା- କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ପାରିବାରିକ ଜୀବନ ଜଞ୍ଜାଳମୟ ହେବ।

ଧନୁ- କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ପ୍ରାପ୍ତ କ୍ଷମତାକୁ ବିକେନ୍ଦ୍ରୀକରଣ କରି ଅଧସ୍ଥନମାନଙ୍କର ଆସ୍ଥାଭାଜନ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦାମ୍ପତ୍ୟ ସୁଖ ମିଳିବ।

ମକର- ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେବାର ଆଶଙ୍କା ଉପୁଜିଛି। ପ୍ରିୟଭାଷୀ ହେବେ। ଜିତେନ୍ଦ୍ରୀୟ ହୋଇପାରନ୍ତି।

କୁମ୍ଭ- ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ ରହିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିପାରେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ।

ମୀନ- ଭାଇ, ବନ୍ଧୁ, ଜ୍ଞାତି, କୁଟୁମ୍ବ ସମସ୍ତେ ମିଳି ଶତ୍ରୁ ବିନାଶ କରିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରିପାରନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories