www.samajalive.in
Monday, December 15, 2025
14.1 C
Bhubaneswar

ଅରବିନ୍ଦ କେଜ୍ରିଓ୍ୱାଲ ଗିରଫ- ଗିରଫ କଲା ପ୍ରବର୍ତ୍ତନ ବିଭାଗ

ନୂଆଦିଲ୍ଲୀ- ଅରବିନ୍ଦ କେଜ୍ରିଓ୍ୱାଲ ଗିରଫ- ଗିରଫ କଲା ପ୍ରବର୍ତ୍ତନ ବିଭାଗ । ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ଦେବାକୁ  ଦିଲ୍ଲୀ ହାଇକୋର୍ଟ ମନା କରିବାର କିଛି ସମୟ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲା। ଗୁରୁବାର ସନ୍ଧ୍ୟାରେ ଇଡି ଏହି ଚଢ଼ାଉ କରିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚୁରା କରୁଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଛି ।

କେଜ୍ରିୱାଲଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ସୌରଭ ଭରଦ୍ୱାଜ କହିଛନ୍ତି ବିଜେପି ଯୋଜନାବଦ୍ଧ ଭାବେ ନିର୍ବାଚନ ପୂର୍ବରୁ ଇଡିକୁ ବ୍ୟବହାର କରି କେଜ୍ରିୱାଲଙ୍କୁ ଗିରଫ କରିଛି ।

- Advertisement -

 

ଅବକାରୀ ନୀତି ସହ ଜଡ଼ିତ ଅର୍ଥ ଠକେଇ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁରକ୍ଷା ନଦେବା ପାଇଁ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସେ ଗୁରୁବାର ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟ ତାଙ୍କୁ କୌଣସି ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିବାର କିଛି ଘଣ୍ଟା ପରେ ଏହି ପଦକ୍ଷେପ ନିଆଯାଇଛି। ଏହି ମାମଲାରେ ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ ସୁପ୍ରିମକୋର୍ଟରେ ଶୁଣାଣି ହୋଇପାରେ।

ହାଇକୋର୍ଟର ବିଚାରପତି ସୁରେଶ କୁମାର କୈତ ଓ ମନୋଜ ଜୈନଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ଚ୍ୟାଲେଞ୍ଜ କରୁଥିବା ଆପ୍ ନେତାଙ୍କ ଆବେଦନକୁ ଏପ୍ରିଲ ୨୨ ତାରିଖରେ ଅଧିକ ବିଚାର ପାଇଁ ତାଲିକାଭୁକ୍ତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories