ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତରେ ପୁଣି ଖସିଲା ଅତଡ଼ା: ଯାତାୟାତ ଠପ୍
ଗଜପତି: ରାଜ୍ୟରେ କିଛି ଦିନ ହେବ କାଳବୈଶାଖୀ ବର୍ଷା ଜାରି ରହିଥିଲା। ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁରଠାରୁ ବଡ଼ ପାଚେଡିଆ ମଧ୍ୟରେ ରାସ୍ତାକଡ଼ରେ ଥିବା ପାହାଡରୁ ଅତଡ଼ା ଖସିଛି। ରାସ୍ତାରେ ବଡ ବଡ ପଥର ପଡିଥିବାରୁ ୨୨ଟି ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଲୋକମାନେ ବଜାର ଘାଟକୁ ଯିବାପାଇଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ପ୍ରଶାସନର କର୍ମଚାରୀ ପହଞ୍ଚି ମାଟି ଅତଡ଼ାକୁ ସଫା କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ସ୍ଥାନୀୟ ସରପଞ୍ଚ ନିମ୍ନମାନର କାମ ହେଉଥିବା ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଦୁର୍ଗମ ଅଞ୍ଚଳରେ ଅତଡା ଖସୁଛି । କୈାଣସି ବଡ଼ ଦୁର୍ଘଟଣା ହେଲେ ଏଥିପାଇଁ ଜିଲ୍ଲାପ୍ରଶାସନ ଦାୟୀ ରହିବେ ବୋଲି ସେ କହିଛନ୍ତି।
Comments are closed.