www.samajalive.in
Sunday, December 14, 2025
19.1 C
Bhubaneswar

ମହିଳାଙ୍କୁ ଅସଦାଚରଣ ଏବଂ ଆକ୍ରମଣ ମାମଲାରେ ଜଣେ ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗାଳି ଗୁଲଜ ସହ ଅସଦାଚରଣ ଘଟଣାରେ ସ୍ଥାନୀୟ ପୁଲିସ ଆଜି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ଦୁମିଦୁମୀ ଗ୍ରାମର ଓଡିଆରପି କଲୋନୀର ଲଣ୍ଡା ବେହେରା ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଗତ ଶନିବାର ଏହି ଥାନା ଅଧିନସ୍ଥ ଦୁମିଦୁମୀ ଗ୍ରାମ ଓଡିଆରପି କଲୋନୀ ଯମୁନା ସାହୁ  ଘରେ ଥିବା ବେଳେ କେହି ନଥିବାର ସୁଯୋଗ ନେଇ  ଉକ୍ତ ଗ୍ରାମର ଲଣ୍ଡା ମହିଳାଙ୍କ ଘରକୁ ଯାଇ କବାଟ ବାଡେଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ।

ପରେ ଯମୁନା କବାଟ ଖୋଲିବ ପରେ ଲଣ୍ଡା ଯମୁନାଙ୍କୁ ଟଣା ଓଟରା କରି ଅସଦାଚରଣ କରିଥିଲେ । କୌଶଳ କ୍ରମେ ଯମୁନା ସେଠାରୁ ଦୌଡ଼ି ଯାଇ ଗ୍ରାମର ରାଜେନ୍ଦ୍ର ବେହେରା ଘରକୁ ଚାଲିଯାଇଥିଲେ । ଲଣ୍ଡା ରାଜେନ୍ଦ୍ରଙ୍କ ଘରକୁ ଆସି ତାଙ୍କୁ ଗାଳି ଗୁଲଜ କରି ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ କିଛି ଲୋକ ପହଞ୍ଚି ତାଙ୍କୁ  ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ଏ ନେଇ ଯମୁନା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲଣ୍ଡା  ଗାଁରେ ଥିବା  ଖବର ପାଇ ବୁଧବାର ଗୋଳନ୍ଥରା ଥାନା ପୁଲିସ ଚଢାଉ କରି ଲଣ୍ଡାକୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି ।

- Advertisement -

 

 

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories