www.samajalive.in
Monday, December 15, 2025
15.1 C
Bhubaneswar

ବିଦେଶୀ ସ୍ବାମୀଙ୍କ ସହ ଦେଶୀ ଅବତାରରେ ରାମଲାଲାଙ୍କୁ ଦର୍ଶନ କଲେ ପ୍ରିୟଙ୍କା; ଲୋକେ କହିଲେ ବାଃ..!

ଲକ୍ଷ୍ନୌ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତରେ ଅଛନ୍ତି। ନିକଟରେ ତାଙ୍କ ସ୍ୱାମୀ ନିକ୍ ଜୋନାସ ମଧ୍ୟ ପ୍ରିୟଙ୍କାଙ୍କୁ ଭେଟିବାକୁ ଭାରତ ଆସିଥିଲେ। କିଛି ଦିନ ପୂର୍ବରୁ ତାଙ୍କୁ ମୁମ୍ବଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଇତି ମଧ୍ୟରେ ପ୍ରିୟଙ୍କା ଏବଂ ନିକ୍‌ଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେମାନେ ତାଙ୍କ ଝିଅ ମାଲ୍‌ତୀ ସହ ରାମ ଜନ୍ମଭୂମି ଅଯୋଧ୍ୟାରେ ନଜର ଆସିଛନ୍ତି। ସପରିବାରେ ପ୍ରିୟଙ୍କା ଅଯୋଧ୍ୟା ଯାଇ ରାମଲାଲାଙ୍କୁ ଦର୍ଶନ କରିଛନ୍ତି।

ଏଏନଆଇ ପକ୍ଷରୁ ଏକ ଭିଡିଓ ଶେୟାର କରାଯାଇଛି, ଯେଉଁଥିରେ ଆପଣ କଡ଼ା ସୁରକ୍ଷା ମଧ୍ୟରେ ପ୍ରିୟଙ୍କା ଚୋପ୍ରା, ନିକ୍ ଜୋନାସ ଏବଂ ମାଲ୍‌ତୀଙ୍କୁ ଦେଖିବାକୁ ମିଳିଛି। ଏହି ଭିଡିଓରେ ତିନିଜଣ ଏକ କାରରେ ବସିଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ତିନି ଜଣ ଯାକ ଏକ କାର୍‌ରେ ବସିଥିବାର ନଜର ଆସିଛନ୍ତି।

- Advertisement -


ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରିୟଙ୍କା ଚୋପ୍ରା ଅଯୋଧ୍ୟା ବିମାନ ବନ୍ଦରରୁ ବାହାରି କାର ଆଡକୁ ଯାଉଛନ୍ତି। ଏହି ସମୟରେ ନିକ୍ ଜୋନାସ ଏବଂ ମାଲ୍‌ତୀ ମେରି ମଧ୍ୟ ତାଙ୍କ ସହ ଅଛନ୍ତି। ପ୍ରିୟଙ୍କା ଏବଂ ନିକ୍‌ଙ୍କ ପୋଷାକ ମଧ୍ୟ ଲୋକଙ୍କୁ ବେଶ୍‌ ପ୍ରଭାବିତ କରିଛି। ଗୋଟିଏ ପଟେ ପ୍ରିୟଙ୍କା ହଳଦିଆ ରଙ୍ଗର ସାଧା ଶାଡିରେ ଅତି ସରଳ ଏବଂ ସୁନ୍ଦର ଦେଖାଯାଉଛନ୍ତି। ଅପରପକ୍ଷେ, ନିକ୍ ଜୋନାସ ମଧ୍ୟ କୁର୍ତ୍ତା-ପାଇଜାମାରେ ପୁରା ଦେଶୀ ଲାଗୁଛନ୍ତି। ଝିଅ ମାଲ୍‌ତୀ ମଧ୍ୟ ପୋଷାକ ସହିତ ମେଳ ଖାଉଥିବା ହେୟାରବ୍ୟାଣ୍ଡରେ ବହୁତ ସୁନ୍ଦର ଦେଖାଯାଉଛି।

ପ୍ରିୟଙ୍କାଙ୍କ ଏହି ଭିଡିଓରେ ଲୋକେ ଅନେକ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘‘ବାଃ ଏହାକୁ କୁହାଯାଏ ଡ୍ରେସିଂ ସେନ୍ସ, ବିଦେଶରେ ରହି ମଧ୍ୟ ପ୍ରିୟଙ୍କାଙ୍କ ପରି ଦେଶୀ କେହି ନାହାନ୍ତି।’’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘‘ବଲିଉଡ ଅଭିନେତ୍ରୀମାନେ ପ୍ରିୟଙ୍କା ଚୋପ୍ରାଙ୍କଠାରୁ ଷ୍ଟାଇଲିଂ ଶିଖିବା ଉଚିତ୍।’’ ଆଉ ଜଣେ ଲେଖିଛନ୍ତି, ‘‘ଏହି ପରିବାର ସଂପୂର୍ଣ୍ଣ’’।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories