ମୁମ୍ବାଇ: ବଲିଉଡର ଲୋକପ୍ରିୟ ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋନ ନିଜର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ୨୦୧୮ ନଭେମ୍ବର ୧୪ରେ ଇଟାଲୀରେ ବିବାହ କରିଥିଲେ ଏହି ଦମ୍ପତି। ବିବାହର ଦୀର୍ଘ ବର୍ଷ ପରେ ଦୁହେଁ ପିତାମାତା ହେବାକୁ ଯାଉଥିବାରୁ ବେଶ ଖୁସି ଅଛନ୍ତି। ଦୀପିକା ଗର୍ଭବତୀ ଥିବାରୁ ଫିଲ୍ମ ସୁଟିଂ କାମ ସବୁ ଶେଷ କରିଛନ୍ତି। ସେପରି ରଣବୀର ନିକଟରେ କହିଛନ୍ତି ଯେ ଦୀପିକାଙ୍କ ସହ ରହିବାକୁ ଏକ ବର୍ଷର ପ୍ୟାଟ୍ରନିଟି ତଥା ପିତୃତ୍ୱ ଛୁଟି ନେବେ ବୋଲି କହିଛନ୍ତି। ଡନ୍-୩, ଶକ୍ତିମାନ ଏବଂ ଆଦିତ୍ୟ ଧରଙ୍କ ଆକ୍ସନ ଫିଲ୍ମ ଆରମ୍ଭ ପୂର୍ବରୁ କୌଣସି ମଧ୍ୟବର୍ତ୍ତୀ କାର୍ଯ୍ୟ ନନେବାକୁ ନିଷ୍ପତି ନେଇଛନ୍ତି।
Popular Categories



