www.samajalive.in
Monday, December 8, 2025
16.1 C
Bhubaneswar

ବିଜେଡି ଓ ବିଜେପିର ମୁଖା ଖୋଲିବ ନିର୍ବାଚନୀ ବଣ୍ଡ

ଲାଞ୍ଜିଗଡ଼: ଓଡ଼ିଶାର ବିଜେଡି ସରକାର ଓ କେନ୍ଦ୍ରର ବିଜେପି ସରକାର ରାଜ୍ୟ ତଥା ଦେଶକୁ ଲୁଟୁଛନ୍ତି । ଦୁର୍ନୀତିରେ ବୁଡ଼ି ରହିଛନ୍ତି ଉଭୟ ସରକାର । ରାଜ୍ୟରେ ୨୪ ବର୍ଷର ଶାସନ କାଳରେ ନବୀନ ବାବୁ ଓଡ଼ିଶାକୁ ତଳିତଳାନ୍ତ କରିଛନ୍ତି । ରାଜ୍ୟବାସୀଙ୍କୁ ସେ ଧୋକା ପରେ ଧୋକା ଦେଇ ଚାଲିଛନ୍ତି । ଓଡ଼ିଶାର ଜନସାଧାରଣଙ୍କ ନବୀନ ବାବୁଙ୍କ କାରସାଦି ଓ ଜାଲିଆତି ବୁଝି ଗଲେଣି । ଅବୈଧ ବଣ୍ଡ୍ ଜରିଆରେ ବିଭିନ୍ନ କମ୍ପାନୀଠାରୁ ଆଞ୍ଚଳିକ ଦଳ ଭାବେ ବିଜେଡି ସବୁଠୁ ଅଧିକ ଦଳୀୟ ପାଣ୍ଠି ଆଦାୟ କରିଛି । ଏହା ସୂଚିତ କରୁଛି ନବୀନ ବାବୁ ରାଜ୍ୟକୁ ଲୁଟିବା ପାଇଁ ସଂପୃକ୍ତ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ଆସୁଛନ୍ତି । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଶାସକ ଦଳର ଅସଲ ଚିତ୍ର ଓ ଚରିତ୍ର ସାମ୍ନାକୁ ଆସିବ ବୋଲି କଳାହାଣ୍ଡି ଜିଲ୍ଲା କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ମୁରଲୀଧର ନାଏକ କହିଛନ୍ତି । ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ, ରାଜ୍ୟରେ ଚିଟ୍‌ଫଣ୍ଡ ମହାଦୁର୍ନୀତି ଓ ଖଣି ଦୁର୍ନୀତିରେ ସଂପୃକ୍ତ ରାଜ୍ୟସରକାରଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି କେନ୍ଦ୍ର ସରକାର । ନିର୍ଦିଷ୍ଟ ରାଜନେତା ଓ ବ୍ୟକ୍ତିବିଶେଷଙ୍କ ଉପରେ ଇଡି, ସିବିଆଇ ଓ ଆଇଟି ଚଢ଼ାଉ କରିଥିବାବେଳେ କୋଟିକୋଟି ଟଙ୍କାର ମହାଦୁର୍ନୀତିରେ ସଂପୃକ୍ତ ନବୀନ ସରକାରଙ୍କୁ ମୋଦୀ ସରକାର କାହିଁକି ଘଣ୍ଟ ଘୋଡାଉଛନ୍ତି ଓ ଏହା ପଛର ଅସଲି ଉଦ୍ଦେଶ୍ୟ କ’ଣ ତାହା ରାଜ୍ୟବାସୀଙ୍କୁ ଆଉ ଅଜଣା ଓ ଅଛପା ନାହିଁ । ବାସ୍ତବତା ହେଉଛି ରାଜ୍ୟର କୃଷକ, ମହିଳା, ଯୁବକ ଓ ଛାତ୍ର ଦିଶାହୀନ ହୋଇପଡ଼ିଛନ୍ତି । ତଥାପି ନବୀନ ବାବୁ କ୍ଷମତାରେ ରହିବା ପାଇଁ ବିକଳ ହୋଇ ଚିଠିର ଆଶ୍ରା ନେଇଛନ୍ତି, ଯାହା ଦୁଃଖ ଓ ପରିତାପର ବିଷୟ । ରାଜ୍ୟର ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଅକଥନୀୟ ଅତ୍ୟାଚାରର ଶିକାର ହେଉଥିବାବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ଜୀବନ ଯାଉଛି ବୋଲି ଶ୍ରୀ ନାଏକ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ତଥା କଂଗ୍ରେସର ବରିଷ୍ଠ ନେତା ଇଂ ଫକୀର ମୋହନ ମାଝୀ କହିଛନ୍ତି ଯେ, ଖଣିଜ ସମ୍ପଦରେ ସମୃଦ୍ଧ ଆମ କଳାହାଣ୍ଡି ତଥା ଓଡ଼ିଶାକୁ ଅଣଓଡ଼ିଆଙ୍କ ହାତରେ ଟେକିଦେବା ପାଇଁ ବିଜୁ ଜନତା ଦଳ ତରଫରୁ ଅହରହ ଉଦ୍ୟମ ଚାଲିଛି । ରାଜ୍ୟରେ ଖଣି, ପାଣି, ଜଙ୍ଗଲ ଜମିକୁ ଦିନ ଦ୍ବିପ୍ରହରରେ ଅଣଓଡ଼ିଆମାନେ ଲୁଟ କରିଚାଲିଥିବା ବେଳେ ନବୀନ ବାବୁ ସେମାନଙ୍କ ସାଥ ଦେଇ ଓଡ଼ିଶାର ଅସ୍ତିତ୍ବକୁ ଭୁଲୁଣ୍ଠିତ କରି ଚାଲିଛନ୍ତି। କଳାହାଣ୍ଡିର ହଜାର ହଜାର ଯୁବକ ଯୁବତୀ କେରଳ, ତାମିଲନାଡୁ, ସୁରଟ, ଆନ୍ଧ୍ରପ୍ରଦେଶ ଆଦି ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଛନ୍ତି। କୃଷକ ଏଠି ନ୍ୟାୟ ପାଇବାରୁ ବଞ୍ଚିତ, ମହିଳା ଏଠାରେ ଅସୁରକ୍ଷିତ, ନାରୀ ନିର୍ଯାତନା ଓ ମହିଳା ଚାଲାଣରେ ଓଡ଼ିଶା ଏକନମ୍ବର ସ୍ଥାନରେ ରହିଛି ବୋଲି ଇଂ ମାଝୀ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଲାଞ୍ଜିଗଡ ବ୍ଲକ କଂଗ୍ରେସ କମିଟି ସଭାପତି ବିଜୟ ନାଏକ କହିଛନ୍ତି ଯେ, ଖଣ୍ଡି ଓଡ଼ିଆ କହୁଥ‌ିବା ମୁଖ୍ୟମନ୍ତ୍ରୀ ୨୪ ବର୍ଷଧରି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ କୁମରମଣି ନାଏକ, ବ୍ଲକ ଯୁବ କଂଗ୍ରେସ ସଭାପତି ଭୀମସେନ ନାଏକ, ବ୍ଲକ ସଂପାଦକ ଗଣେଶ ବେହେରା, ପୁରୁଷୋତ୍ତମ ଦଣ୍ଡସେନା, ମକରନ୍ଦ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories