ପାଟଣା : ଯୁବ ଚିତ୍ରଶିଳ୍ପୀ ଲକ୍ଷ୍ମୀନାରାୟଣ ମହାରଣାଙ୍କ ଚିତ୍ରକଳା ମନ ମୋହିବା ସହ କଥା କହିଲା ଭଳି ପ୍ରତୀୟମାନ ହେଉଛି ବୋଲି ତାଙ୍କର ସାଙ୍ଗ ସାଥୀମାନେ କହନ୍ତି। ପାଟଣା ବ୍ଲକ ବାଉଁଶୁଳି ଗ୍ରାମର ଏହି ଯୁବ ଚିତ୍ରଶିଳ୍ପୀଙ୍କ ଜନ୍ମ ୨୦୦୪ ମାର୍ଚ୍ଚ ୧୮ରେ। ପିତା ସଞ୍ଜୟ ମହାରଣା ଓ ମାତା ବବିତାଙ୍କ ଗେହ୍ଲା ପୁଅ ଲକ୍ଷ୍ମୀନାରାୟଣ ବାଉଁଶୁଳି ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ ତୁରୁମୁଙ୍ଗାର ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ +୨ ପାସ କରି ଘରେ ଅଛନ୍ତି।

ମାଟ୍ରିକ ସମୟରୁ ସେ ରଙ୍ଗ ତୁଳୀରେ ଚିତ୍ର ଆଙ୍କି ନିଜ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିଛନ୍ତି। ବିଭିନ୍ନ ଦେବା ଦେବୀ ,ମହାପୁରୁଷ ,ଚଳଚ୍ଚିତ୍ର ନାୟକ ନାୟିକା ,ଗାୟକ, କ୍ରିକେଟ ଓ ଫୁଟବଲର ପ୍ରତିଷ୍ଠିତ ଖେଳାଳିଙ୍କ ଚିତ୍ର ଅଙ୍କିବା ସହ ବର୍ତ୍ତମାନର ଚର୍ଚ୍ଚିତ ନେତା ଓ ରାଷ୍ଟ୍ରପତିଙ୍କ ଦେଖିଲା ଭଳି ଚିତ୍ର ଆଙ୍କି ସମସ୍ତଙ୍କ ନିକଟରେ ଚର୍ଚ୍ଚାରେ ଅଛନ୍ତି।

ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଲକ୍ଷ୍ମୀ ନାରାୟଣ ଦେଶର ଜଣେ ଆଗଧାଡ଼ିର ଚିତ୍ରକର ହେବା ଆଶା ରଖିଛନ୍ତି।



