www.samajalive.in
Sunday, December 14, 2025
26.1 C
Bhubaneswar

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବିରାଟ ସୁଡ଼ଙ୍ଗ ଖୋଳିଦେଲା ଛୋଟିଆ ଜୀବ

ଡେସ୍କ: ଏକଦା ପୂର୍ବ କାଳରେ ନିର୍ମାଣ ହୋଇଥିବା ସୁଡ଼ଙ୍ଗଗୁଡ଼ିକ ମୁଖ୍ୟତଃ ଧାର୍ମିକ ଭାବନାକୁ ପ୍ରତିଫଳନ କରୁଥିବା ବିଶ୍ୱାସ କରାଯାଉଥିଲା, କିନ୍ତୁ ପ୍ରକୃତରେ ତାହା କିଏ ନିର୍ମାଣ କରିଥିଲା ଓ କ’ଣ ପାଇଁ ସୃଷ୍ଟି କରିଥିଲା ସେ ନେଇ ଅନେକ ବାଦ ବିସମ୍ବାଦ ଦେଖାଦେଉଥିଲା। ୨୦୦୯ ମସିହାରେ ବ୍ରାଜିଲର ଦକ୍ଷିଣ ଭାଗରେ ଜଣେ କୃଷକ ତାଙ୍କ ମକା କ୍ଷେତ ଦେଇ ଯାଉଥିବା ବେଳେ ହଠାତ୍ ତାଙ୍କ ଟ୍ରାକ୍ଟର ଏକ ଗର୍ତ୍ତ ମଧ୍ୟକୁ ଗୋଟିଏ ପଟକୁ ଢଳି ଯିବା ସହ ଅଟକି ଯାଇଥିଲା।

ବଜାରକୁ ଆସିଲା ରିୟଲମିର ଏହି ସ୍ମାର୍ଟଫୋନ୍, କମ୍ ଦାମରେ ମିଳୁଛି ଅନେକ ଫିଚର୍ସ

- Advertisement -

ଗବେଷକମାନେ ଅନୁସନ୍ଧାନ କରିବାକୁ ଆସି ଦେଖିଲେ ଯେ ପ୍ରାୟ ୨ ମିଟର ଉଚ୍ଚ ଓ ୨ ମିଟର ଚଉଡା ଏବଂ ପ୍ରାୟ ୧୫ ମିଟର ଲମ୍ବା ଏକ ସୁଡ଼ଙ୍ଗ ସେହି ଚାଷ ଜମିରେ ରହିଛି ଏବଂ ସେହି ସୁଡ଼ଙ୍ଗ କୃଷକଙ୍କ ଘର ତଳ ଦେଇ ଯାଇଛି। ସୁଡ଼ଙ୍ଗର କାନ୍ଥରେ ଦେଖାଯାଉଥିବା ଗଭୀର ପଞ୍ଜା ଚିହ୍ନରୁ ଜଣାପଡିଥିଲା ଯେ ସେହି ସୁଡ଼ଙ୍ଗରେ କେହି ମଣିଷ ରହୁନଥିଲେ କାରଣ ସେହି ଚିହ୍ନ ସବୁ ମଣିଷର କୌଣସି ଅଙ୍ଗ ସହ ଖାପ ଖାଉନଥିଲା। ପରେ ଜଣେ ଭୂତତ୍ତ୍ୱ ବିଜ୍ଞାନୀ ଏବଂ ଜଣେ ବୈଜ୍ଞାନିକ ସମ୍ପୃକ୍ତ କୃଷକଙ୍କ ଚାଷ ଜମି ଓ ସୁଡ଼ଙ୍ଗ ଯାଞ୍ଚ କରି କହିଥିଲେ ଯେ ସେହି ସୁଡ଼ଙ୍ଗ ୧୦ ହଜାର ବର୍ଷରୁ ଅଧିକ ପୁରୁଣା। ସୁଡ଼ଙ୍ଗ କେହି ମଣିଷ ନିର୍ମାଣ କରିନଥିଲେ ବରଂ ଏହା ପୃଥିବୀର ସବୁଠାରୁ ଅଳସୁଆ ଜୀବ ସ୍ଲଥର ଏହି କାମ ଥିଲା।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories