www.samajalive.in
Saturday, December 6, 2025
16.1 C
Bhubaneswar

ସୁପ୍ରିମକୋର୍ଟରେ ନାଗରିକତା ସଂଶୋଧନ ଆଇନ – ୩ ସପ୍ତାହ ମଧ୍ୟରେ ଜବାବ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ଡେସ୍କ: ନାଗରିକତା ସଂଶୋଧନ ଆଇନ ଉପରେ ରୋକ୍ ଲଗାଇବା ପାଇଁ ଦାୟର ଆବେଦନର ଜବାବ ୩ ସପ୍ତାହ ମଧ୍ୟରେ ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଏପ୍ରିଲ ୯ ତାରିଖକୁ ଧାର୍ଯ୍ୟ କରିଛନ୍ତି।

୩ ମାସର ଝିଅକୁ ଛାଡ଼ି ଜେଲ୍‌ ଯିବ ପୁଲିସବାଲୀ ମାଆ; କାମ ପାଇଁ ପୁରା ଜିଲାରେ ଲଜ୍ଜିତ

- Advertisement -

ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କୁ କହିଥିଲେ ଯେ ୨୦ଟି ଆବେଦନର ଜବାବ ଦାଖଲ କରିବାକୁ ତାଙ୍କୁ ୪ ସପ୍ତାହ ଦରକାର। ନାଗରିକତା ସଂଶୋଧନ ଆଇନ, ୨୦୧୯ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନଗୁଡ଼ିକର ସର୍ବୋଚ୍ଚ ଅଦାଲତ ଶୁଣାଣି ନ କରିବା ପର୍ଯ୍ୟନ୍ତ ଏହି ନିୟମ ଉପରେ ରୋକ୍ ଲଗାଇବାକୁ ଏହି ଆବେଦନଗୁଡ଼ିକରେ ଦାବି କରିଛନ୍ତି।

ଥଲପତି ବିଜୟଙ୍କ ପାଇଁ ଅସମ୍ଭାଳ ଭିଡ଼, ଭାଙ୍ଗିଲେ ଅଭିନେତାଙ୍କ କାର୍

ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠକୁ ମେହେଟ୍ଟା କହିଛନ୍ତି, ସିଏଏ କୌଣସି ବ୍ୟକ୍ତିଙ୍କ ନାଗରିକତା ଛଡ଼ାଇ ନେବ ନାହିଁ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଣମୁସଲିମ ପ୍ରବାସୀଙ୍କୁ ଭାରତୀୟ ନାଗରିକତା ଦେବା ପାଇଁ ସଂସଦରେ ବିବାଦୀୟ ଆଇନ ପାରିତ ହେବାର ୪ ବର୍ଷ ପରେ ମାର୍ଚ୍ଚ ୧୧ତାରିଖରେ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ, ୨୦୧୯ର ବିଜ୍ଞପ୍ତି ଜାରି କରି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବାଟ ଖୋଲିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories