www.samajalive.in
Saturday, December 6, 2025
15.1 C
Bhubaneswar

୨ ବାଇକ ମୁହାଁମୁହିଁ ଧକ୍କା; ଆରୋହୀଙ୍କ ସହ ଗର୍ଭବତୀ ମହିଳା ଗୁରୁତର

ଫୁଲବାଣୀ : ଫୁଲବାଣୀ- ଫିରିଙ୍ଗିଆ ମୁଖ୍ୟରାସ୍ତାର କୁଡୁକି ଛକ ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କାରେ ଦୁଇ ଜଣ ବାଇକ ଆରୋହୀ ଆହତ ହୋଇଥିବା ବେଳେ ଜଣେ ଗର୍ଭବତୀ ମହିଳା ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ନେଡିସାହି ଗାଁର ସରୋଜ ନାୟକ ତାଙ୍କ ସ୍ତ୍ରୀଙ୍କୁ ନେଇ ଖଜୁରୀପଡା ବ୍ଲକ ଅରାପାଜୁ ପଞ୍ଚାୟତ ଦରଡ଼ା ଗାଁରୁ ତାଙ୍କ ଶଶୁର ଘରୁ କାମ ସାରି ନିଜ ଗାଁକୁ ଫେରୁଥିବା ସମୟରେ ଫିରିଙ୍ଗିଆ ପଟୁ ଫୁଲବାଣୀ ପଟକୁ ଯାଉଥିବା ଏକ ବାଇକ କୁଡୁକି ଛକ ନିକଟରେ ଧକ୍କା ଦେଇଥିଲା। ଫଳରେ ବାଇକରେ ବସିଥିବା ମହିଳା ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସ୍ୱାମୀ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ଜଣକ ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଂଚାୟତ ଅନ୍ତର୍ଗତ ସରୁକୋଇ ଗାଁର ପ୍ରବୀଣ ମଲିକ ବୋଲି ଜଣା ପଡ଼ିଛି। ଫିରିଙ୍ଗିଆ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦୁଇଟି ବାଇକକୁ ଜବତ କରିଵା ସହ ଆହତ ବାଇକ ଆରୋହୀ ମାନଙ୍କୁ ଫୁଲବାଣୀ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି। ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ମହିଳା ଜଣକ ଗର୍ଭବତୀ ଥିବାରୁ ତାଙ୍କର ପେଟରେ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ମହିଳା ଓ ଶିଶୁ ଚିକିତ୍ସା ବିଭାଗରେ ଭର୍ତି କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories