www.samajalive.in
Friday, December 5, 2025
26.1 C
Bhubaneswar

ବିଜୟ ସଂକଳ୍ପ ସମାବେଶ ନାଁରେ ନିର୍ବାଚନୀ ବିଗୁଲ ବଜାଇଲା ବିଜେପି

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ହାଟ ପଡ଼ିଆରେ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ରବିବାର ଆୟୋଜିତ ହୋଇଥିଲା। ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଗୋଲକ ବଳଙ୍କ ନେତୃତ୍ୱରେ ଆୟୋଜିତ ସମାବେଶରେ ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଯଜ୍ଞ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂକଳ୍ପ ସମାବେଶ ଆୟୋଜନ ନାମରେ ବିଜେପି ନିର୍ବାଚନୀ ବିଗୁଲ୍ ବଜାଇଛି। ରାଜ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଜିଲ୍ଲାରେ ରାଜନୈତିକ ଗତିବିଧି ସ୍ଥିର ରହିଛି। ତେବେ ଯଜ୍ଞ ପ୍ରସାଦଙ୍କ ଘନ ଘନ ରାଜନୈତିକ ସମାବେଶ ବୁଦ୍ଧିଜୀବୀ ମହଲକୁ ଚକିତ କରିଛି। ତେବେ ଏହି ସମାବେଶରେ ଯଜ୍ଞ ପ୍ରସାଦ ସ୍ଥାନୀୟ ବିଧାୟକଙ୍କୁ ସମାଲୋଚନା କରିଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ପଦେ ବି କହି ନଥିଲେ। ସମାବେଶରେ ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ବିଧାନସଭା ପ୍ରଭାରୀ ସୁବ୍ରତ କୁମାର ମହାନ୍ତି, ବରିଷ୍ଠ ନେତା ରାଜେନ୍ଦ୍ର ପଟ୍ଟନାୟକ, ପୂର୍ବତନ ମଣ୍ଡଳ ସଭାପତି ଗୋଲକ ବଳ ପ୍ରମୁଖ ଯୋଗଦେଇ ଆଗାମୀ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀଙ୍କୁ ନିର୍ବାଚିତ କରି ବିଧାନସଭାକୁ ପଠାଇବାକୁ ଆହ୍ବାନ ଦେଇଥିଲେ। ଏହି ସମାବେଶରେ ଘଟଗାଁ ଜୋନର ୭ଟି ପଞ୍ଚାୟତରୁ ୨ ହଜାରରୁ ଅଧିକ ଜନସାଧାରଣ ସାମିଲ ହୋଇଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories