www.samajalive.in
Friday, December 5, 2025
27.1 C
Bhubaneswar

ଶ୍ରୀଜୀଉଙ୍କୁ ଦର୍ଶନ କଲେ ‘ରାମାୟଣ’ର ସୀତା

ଭୁବନେଶ୍ବର / ପୁରୀ : ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ରାମାୟଣର ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିଆ ଓ ତାଙ୍କ ସ୍ବାମୀ। ରବିବାର ଭିଡ ସତ୍ତ୍ବେ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରି ଖୁସି ପ୍ରକାଶ କରିଛନ୍ତି। ଶ୍ରୀଜୀଉଙ୍କ ସମେତ ମାଆ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ବ ଦେବଦେବୀଙ୍କ ଦର୍ଶନ କରିବା ସହିତ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିବା ଜଣାପଡ଼ିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ, ଓଡିଶାର ଏହି ପବିତ୍ର ଧାମରେ ପହଞ୍ଚି ବହୁତ ଖୁସି ଲାଗୁଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଡୋରି ଯୋଗୁଁ ଦର୍ଶନ ସମ୍ଭବ ହୋଇପାରିଛି। ପ୍ରାୟ ୩୦ ବର୍ଷ ପୂର୍ବେ ମୁଁ ପୁରୀ ଆସିଥିଲି। ଏବେ ଏଠାରେ ଅନେକ ପରିବର୍ତ୍ତନ ହୋଇଛି। ମନ୍ଦିର ଚତୁଃପାର୍ଶ୍ବ ନୂଆରୂପ ପାଇଛି। ପ୍ରଭୁ ସମସ୍ତଙ୍କ ମଙ୍ଗଳ କରନ୍ତୁ ବୋଲି ସେ ପ୍ରାର୍ଥନା କରିଥିବା ବେଳେ ସନାତନ ଧର୍ମକୁ ସମସ୍ତେ ରକ୍ଷା କରିବା ସହ ଏହାର ପ୍ରଚାର ପ୍ରସାର କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ସେହିପରି ଓଡ଼ିଶାର କଳାସଂସ୍କୃତି ମହାନ କେବଳ ଓଡ଼ିଶା କାହିଁ ଭାରତର କଳାସଂସ୍କୃତିର ସ୍ବତନ୍ତ୍ରତା ରହିଛି। ଏହାସହ ଓଡ଼ିଶାର ସମ୍ବଲପୁର ଶାଢ଼ି ମତେ ବହୁତ ଭଲ ଲାଗେ ଏବଂ ଯାହା ହେଲେ ବି ଶାଢି ନିଶ୍ଚୟ ନେଇକି ଯିବି ବୋଲି କହିଥିଲେ। ସୂଚନାଯୋଗ୍ୟ, ସୀତା ଭୂମିକାରେ ଅଭିନୟ କରି ସେ ସାରା ଦେଶରେ ସମସ୍ତଙ୍କ ଦୃଦୟରେ ରହିଛନ୍ତି। ଅଯୋଧ୍ୟା ରାମମନ୍ଦିର ଶୁଭାରମ୍ଭରେ ମଧ୍ୟ ସେ ଯୋଗଦେଇ ବିଶେଷ ଆକର୍ଷଣ ପାଲଟିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories