www.samajalive.in
Saturday, December 13, 2025
26.1 C
Bhubaneswar

ଆରପାରିରେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରଜତ ପ୍ରତିହାରୀ

ପୁରୀ: ଆରପାରିରେ ବରିଷ୍ଠ ସେବାୟତ ରଜତ ପ୍ରତିହାରୀ। ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରଜତ କୁମାର ପ୍ରତିହାରୀଙ୍କର ଦେହାନ୍ତ ଘଟିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ହୃଦଘାତ ଘଟିଛି। ତାଙ୍କର ପାର୍ଥିବ ଶରୀର ମୁମ୍ବାଇରୁ ପୁରୀର ବାଲିସାହି ବାସଭବନକୁ ଅଣାଯିବ। ପରିବାର ଲୋକ , ସେବାୟତମାନେ ଦର୍ଶନ କରିବା ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ହେବ। ଶ୍ରୀଜଗନ୍ନାଥଙ୍କ ଗରାବଡୁ ଓ ହଡପନାୟକ ସେବା ଯୋଗାଉଥିଲେ ରଜତ । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ପଣ୍ଡା ଭାବରେ ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ।  ବିଭିନ୍ନ ସମୟରେ ତେଲୁଗୁ ଭାଷାଭାଷୀ ଲୋକଙ୍କୁ ଆତିଥ୍ୟ ଦେବା ଏବଂ ତେଲୁଗୁ ଭାଷାରେ ଶ୍ରୀଜଗନ୍ନାଥଙ୍କ ମହିମା ସମ୍ପର୍କରେ ସେ ଭକ୍ତମାନଙ୍କୁ ବୁଝାଇ ପାରୁଥିଲେ। ବରିଷ୍ଠ ସେବାୟତଙ୍କୁ ସମ୍ମାନ , ସେବାୟତଙ୍କ ଆର୍ଥିକ ଓ ସାମାଜିକ ବିକାଶ, ସେବାୟତଙ୍କ କନ୍ୟା ମାନଙ୍କର ଉଚ୍ଚଶିକ୍ଷା, ପୁରୀ ସହରର ବିକାଶ ଓ ରଥଯାତ୍ରା ଶୃଙ୍ଖଳା କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories