www.samajalive.in
Monday, December 15, 2025
14.1 C
Bhubaneswar

ବୈତରଣୀ ନଦୀରୁ ୨ଭଉଣୀଙ୍କ ମୃତଦେହ ଉଦ୍ଧାର

ଆରଡି : ଆରଡିଫାଣ୍ଡି ଅଧିନସ୍ଥ ମୁଆଁ ଗାଁର ୨ ଭଉଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ୨ ଭଉଣୀ ଗତ ଶୁକ୍ରବାର ଠାରୁ ନିଖୋଜ ଥିଲେ। ଉଭୟ ୨ ଭଉଣୀଙ୍କ ମୃତଦେହ ଆଜି ବୈତରଣୀ ନଦୀରୁ ଉଦ୍ଧାର ହୋଇଛି। ବାପିନ ଦାସଙ୍କ ଝିଅ ବର୍ଷାରାଣୀ ଦାସ ଓ ପିତାମ୍ବର ଦାସଙ୍କ ଝିଅ ଭୂମିକା ଦାସ  ଗତ ଶୁକ୍ରବାର ଠାରୁ  ନିଖୋଜ ଥିବାବେଳେ ଉଭୟଙ୍କର ମୃତ ଦେହଆଜି ପୃଥକ ଭାବେ ବୈତରଣୀନଦୀର କଇଁଗୋଲା ଘାଟରୁ ବର୍ଷାରାଣୀକୁ ଉଦ୍ଧାର କରାଯାଇଥିବା ବେଳେ  ମୁଆଁ ଘାଟରୁ  ଭୂମିକାକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ।
ସୂଚନା ଅନୁଯାୟୀ ବାପିନ ଦାସଙ୍କ ଝିଅ ବର୍ଷାରାଣୀ ଚଳିତବର୍ଷ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବା ବେଳେ  ପିତାମ୍ବର ଦାସଙ୍କ ଝିଅ ଭୂମିକା ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ।
୨ଜଣ  ଗତକାଲି ମଧ୍ୟାହ୍ନରୁ ବୈତରଣୀନଦୀରେ ନିଖୋଜ ଥିବା ପରିବାର ଲୋକ କହିଛନ୍ତି। କେଉଁ କାରଣ ପାଇଁ  ୨ଭଉଣୀ ବୈତରଣୀନଦୀକୁ ଯାଇଥିଲେ ତାହାର କାରଣ ଅଷ୍ପଷ୍ଟ ରହିଛି। ଆରଡି ପୁଲିସ ଓ ମଙ୍ଗଳପୁର ପୁଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ  ୨ଭଉଣୀ  ସାଙ୍ଗ ହୋଇ ଗତ ଶୁକ୍ରବାର ଅପରାହ୍ଣରୁ ଗାଁ ନିକଟରେ ଥିବା ବୈତରଣୀନଦୀ କୂଳରେ ବୁଲୁଥିଲେ। ଏପରିକି ଗତକାଲି ଠାରୁ ୨ଜଣ  ଘରକୁ ଫେରିନଥିବାରୁ ଘରଲୋକ ଖୋଜାଖୋଜି କରୁଥିଲେ। ଏକକାଳୀନ ୨ଜଣଙ୍କର ମୃତଦେହ ଆଜି ବୈତରଣୀନଦୀ ମିଳିବା ପରେ ଭିନ୍ନ ଭିନ୍ନ ମତପ୍ରକାଶ ପାଇଛି। ଉଭୟଙ୍କ ମୃତ୍ୟୁ ଖବର ଗାଁରେ ଶୋକର ଛାୟା ଖେଳାଇଦେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories