www.samajalive.in
Saturday, December 13, 2025
18.1 C
Bhubaneswar

ସ୍କୁଲବସକୁ ଧକ୍କାଦେଇ ରାସ୍ତାରେ ଓଲଟିଲା କାଠବୋଝେଇ ଟ୍ରକ

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ଠାରେ ଏକ କାଠ ବୋଝେଇ ଟ୍ରକ ସ୍କୁଲ ବସକୁ ଧକ୍କା ଦେଇଥିବା ସୂଚନା ମିଳିଛି। ଏହା ଫଳରେ ନିକଟରେ ଯାଉଥିବା ଏକ ଯାତ୍ରୀବାହୀ କମାଣ୍ଡର ଉପରେ ଟ୍ରକର ସମସ୍ତ କାଠ ପଡିଥିଲା। କମାଣ୍ଡରରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଟ୍ରକ ଚାଳକ ଏଥିରେ ସାମନ୍ୟ ଆହତ ହୋଇଥିବା ଜଣାଯାଇଛି। ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଧରମଧର ଘାଟୀ ନିକଟରେ ଘଟିଛି ଏହି ଦୁର୍ଘଟଣା। ବୋରିଗୁମ୍ମା ଅଞ୍ଚଳରୁ ନୀଳଗିରି କାଠ ବୋଝେଇ କରି ଜେକେ କାଗଜ କଳକୁ ଯାଉଥିବା ସମୟରେ ଘଟିଛି ଏହି ଘଟଣା ଘଟିଥିଲା।
ସୂଚନାଯୋଗ୍ୟ ଯେ ଲକ୍ଷ୍ମୀପୁର ସଦର ମହକୁମା ଠାରେ ଥିବା ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲର ଉକ୍ତ ବସଟି ପିଲାମାନଙ୍କୁ ନେଇ ଚମ୍ପି ଗ୍ରାମରେ ଛାଡି ଫେରୁଥିବା ସମୟରେ ବୋରିଗୁମ୍ମା ପଟୁ ଆସୁଥିବା ଉକ୍ତ କାଠ ବୋଝେଇ ଟ୍ରକଟି ତାକୁ ପଛପଟୁ ଧକ୍କା ଦେଇ ଧରମଧର ଘାଟୀ ନିକଟରେ ଓଲଟି ପଡ଼ିଥିଲା। ତେବେ କମାଣ୍ଡରରେ ଥିବା ପ୍ରାୟ ୧୦ ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି। ସ୍କୁଲ ବସଟି ମଧ୍ୟ ଏଥି ଯୋଗୁଁ ଭାଙ୍ଗି ଯାଇଛି। ରାସ୍ତା ଉପରେ କାଠ ଗୁଡ଼ିକ ବିଛୁରିତ ହୋଇ ପଡ଼ିବାରୁ କିଛି ସମୟ ପାଇଁ ଉଭୟ ପାର୍ଶ୍ବରେ ଯାନ ବାହନ ଗୁଡ଼ିକ ଅଟକି ରହିଥିଲା। ଖବର ପାଇ ଲକ୍ଷ୍ମୀପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଡ଼ିଥିବା କାଠ ଗୁଡ଼ିକ ଉଠାଇବାକୁ ବ୍ୟବସ୍ଥା କରିବା ସହ ଏ ନେଇ ଏକ ମାମଲା ରୁଜୁ କରିଛି। କାଠ ଗାଡ଼ି ଗୁଡ଼ିକ କ୍ଷମତା ଠାରୁ ଅଧିକ ପରିବହନ କରୁଥିବା କାରଣରୁ ଏହିଭଳି ଦୁର୍ଘଟଣା ଘଟୁଥିବା ଅନୁମାନ କରାଯାଉଛି।

Hot this week

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

Related Articles

Popular Categories