www.samajalive.in
Saturday, December 13, 2025
26.1 C
Bhubaneswar

ଖୋଲିପାରେ ବେଦାନ୍ତ ଷ୍ଟେରଲାଇଟ୍‍

ଚେନ୍ନାଇ: ତାମିଲନାଡ଼ୁର ଟୁଟିକୋରିନ ସ୍ଥିତ ବେଦାନ୍ତ କମ୍ପାନୀର ଷ୍ଟେରଲାଇଟ୍‍ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ତାମିଲନାଡ଼ୁ ସରକାର ଦେଇଥିବା ନିର୍ଦେଶ ଜାତୀୟ ଗ୍ରୀନ୍‍ ଟ୍ରିବ୍ୟୁନାଲ୍‍ରେ ଖାରଜ ହୋଇଯାଇଛି। ଏହାପରେ କାରଖାନା ଖୁବ୍‍ଶୀଘ୍ର ପୁନଃକାର୍ଯ୍ୟକ୍ଷମ ହୋଇପାରେ ବୋଲି କମ୍ପାନୀ ସୂତ୍ରରୁ ଜଣାପଡ଼ିଛି।
କମ୍ପାନୀ ଯୋଗୁଁ ପ୍ରଦୂଷଣ ସମସ୍ୟା ଉତ୍କଟ ହେଉଥିବା ଅଭିଯୋଗ ହୋଇଆସୁଥିଲା। ତେଣୁ କମ୍ପାନୀ ବନ୍ଦ ଦାବିରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ଗତ ମେ’ ମାସରେ ପ୍ରତିବାଦ କରିବା ସହିତ ରାସ୍ତାକୁ ଓହ୍ଲାଇଥିଲେ। ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଗୁଳି ଚଳାଇବାରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଦେଶ ବିଦେଶରେ ବେଦାନ୍ତ ବିରୋଧରେ ପ୍ରତିବାଦ ସ୍ୱର ତୀବ୍ର ହେବା ପରେ କାରଖାନା ବନ୍ଦ କରିବା ପାଇଁ ତାମିଲନାଡ଼ୁ ସରକାର ନିର୍ଦେଶ ଦେଇଥିଲେ। ସରକାରୀ ନିର୍ଦେଶ ବିରୋଧରେ ବେଦାନ୍ତ ଜାତୀୟ ଗ୍ରୀନ୍‍ ଟ୍ରିବ୍ୟୁନାଲ୍‍ର ଦ୍ୱାରସ୍ଥ ହୋଇଥିଲା।
ମାମଲାର ଶୁଣାଣି କରି ତିନି ସପ୍ତାହ ମଧ୍ୟରେ କମ୍ପାନୀର ଅନୁମତି ପତ୍ର ନବୀକରଣ କରିବା ପାଇଁ ତାମିଲ୍‍ନାଡ଼ୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏନ୍‍ଜିଟି ନିର୍ଦେଶ ଦେଇଛନ୍ତି। ଏଥିସହିତ ୧ କୋଟି ଟଙ୍କା ବ୍ୟୟରେ ଆସନ୍ତା ତିନିବର୍ଷ ମଧ୍ୟରେ କାରଖାନା ପାରିପାଶ୍ୱର୍ିକ ଅଞ୍ଚଳ ଓ ଅଧିବାସୀଙ୍କ ସାମାଜିକ ବିକାଶ ଲାଗି ପଦକ୍ଷେପ ନେବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏନ୍‍ଜିଟି କହିଛନ୍ତି। ଏନ୍‍ଜିଟିଙ୍କ ନିର୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯିବ ବୋଲି ତାମିଲନାଡ଼ୁର ପରିବେଶ ମନ୍ତ୍ରୀ କେ ସି କାରୁପାନ୍ନାମ୍‍ ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories