ଭୁବନେଶ୍ୱରରେ ଲାଗିବ ପରମାଣୁ ଘଡି
ଡେସ୍କ: କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ମୁମ୍ବାଇରେ ଭାରତୀୟ ମାନକ ସମୟ ବୃଦ୍ଧି ପାଇଁ ଜାତୀୟ ସମୟ ପ୍ରୋଟୋକଲ୍ (ଏନଟିପି)କୁ ଉଦଘାଟନ କରିଛନ୍ତି। ଏହା ମିଲିସେକେଣ୍ଡ ସଠିକତା ସହିତ ସମାନ ଏବଂ ସଠିକ୍ ସମୟ ସୂଚନା ପ୍ରଦାନ କରିବ ଏବଂ ସାଇବର ନିରାପତ୍ତା ମଧ୍ୟ ବୃଦ୍ଧି କରିବ। ଜନସାଧାରଣ ଏନପିଏଲଆଇ-ଇଣ୍ଡିଆ, ଓଆରଜି କିମ୍ବା ଟାଇମ୍ ଏନପିଏଲରୁ ସୂଚନା ପାଇପାରିବେ।
ହାଇତିରେ ସଂଘର୍ଷ, ବୈଦେଶିକ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍
ଶ୍ରୀ ଗୋୟଲ ଫରିଦାବାଦ ଏବଂ ଅହମ୍ମଦାବାଦରେ ଆଞ୍ଚଳିକ ରେଫରେନ୍ସ ଷ୍ଟାଣ୍ଡାର୍ଡ ଲାବୋରେଟୋରି – ଆରଆରଏସଏଲରେ ଟାଇମିଂ ଭିତ୍ତିଭୂମିକୁ ଭର୍ଚୁଆଲ ଭାବେ ଉଦଘାଟନ କରିଥିଲେ।
ସୂଚନା ଅନୁଯାୟୀ, ସମୟ ବିତରଣ ପ୍ରଣାଳୀ କାର୍ଯ୍ୟକାରୀ କରିବାରେ ଭାରତ ହେଉଛି ପ୍ରଥମ ଦେଶ। ବର୍ଷ ଶେଷ ସୁଦ୍ଧା ବେଙ୍ଗାଲୁରୁ, ଭୁବନେଶ୍ୱର, ଗୌହାଟୀ ଓ ଦିଲ୍ଲୀର ଆରଆରଏସଏଲରେ ପରମାଣୁ ଘଡ଼ି ଲଗାଯିବ।
Comments are closed.