www.samajalive.in
Thursday, December 11, 2025
15.1 C
Bhubaneswar

ଇଡିରେ ହାଜର ନ ହେବା ମାମଲା – ଶୁଣାଣି ଉପରେ ରୋକ ପାଇଁ ମନା କଲେ କୋର୍ଟ

ଡେସ୍କ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ ଆଜି ଦିଲ୍ଲୀ ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି। ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ବିରୋଧରେ ଦାୟର କରିଥିବା ମାମଲାର ଶୁଣାଣି ଉପରେ ରୋକ ଲଗାଇବାକୁ କେଜ୍ରିୱାଲ ଆବେଦନ କରିଥିଲେ। ମାଜିଷ୍ଟ୍ରେଟ୍ କୋର୍ଟରେ ଶୁଣାଣି ଉପରେ ରୋକ୍ ଲଗାଇବା ପାଇଁ କେଜ୍ରିଓ୍ଵାଲଙ୍କ ଆବେଦନ ଉପରେ ରାଉଜ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି ରାକେଶ ସାୟାଲ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାଜିଷ୍ଟ୍ରେଟ୍ କୋର୍ଟରେ ବ୍ୟକ୍ତିଗତ ହାଜର ହେବାରୁ ମଧ୍ୟ କେଜ୍ରିୱାଲ ଛାଡ଼ ମାଗିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏ ନେଇ ମାଜିଷ୍ଟ୍ରେଟ ଅଦାଲତର ଦ୍ୱାରସ୍ଥ ହୋଇପାରିବେ ବୋଲି କୋର୍ଟ କହିଛନ୍ତି।

ଭୁବନେଶ୍ୱରରେ ଲାଗିବ ପରମାଣୁ ଘଡି

- Advertisement -

ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଦିବ୍ୟା ମାଲହୋତ୍ରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଦାୟର ଦୁଇଟି ପୃଥକ ମାମଲାରେ କେଜ୍ରିୱାଲଙ୍କୁ ସମନ ଜାରି କରି ମାର୍ଚ୍ଚ ୧୬ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତାକାଲି ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଉଭୟ ମାମଲାର ବିଚାର କରିବେ।

ହାଇତିରେ ସଂଘର୍ଷ, ବୈଦେଶିକ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଅବକାରୀ ନୀତି ମାମଲାରେ କେଜ୍ରିୱାଲ୍ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ)ର ବ୍ୟବସ୍ଥା ଅନୁଯାୟୀ ବାରମ୍ବାର ସମନ ଜାରି କରିବା ସତ୍ତ୍ୱେ ଇଡିରେ ହାଜର ହୋଇନଥିଲେ। ଏହାପରେ ଇଡି କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ କରିଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories