www.samajalive.in
Saturday, December 13, 2025
21.1 C
Bhubaneswar

କୌଣସି ପରିସ୍ଥିତିରେ ବି ସିଏଏ ପ୍ରତ୍ୟାହାର ହେବ ନାହିଁ- ଶାହା

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ବିରୋଧୀ ଏହାକୁ ନେଇ ରାଜନୀତି କରୁଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଏହା ଉପରେ ସ୍ପଷ୍ଟିକରଣ ରଖିଛନ୍ତି । ସିଏଏକୁ କୌଣସି ପରିସ୍ଥିତିରେ ବି ପ୍ରତ୍ୟାହାର କରାଯିବ ନାହିଁ ବୋଲି କହି ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି । ସିଏଏ ଜରିଆରେ ନୂଆ ଭୋଟ ବ୍ୟାଙ୍କ ପ୍ରସ୍ତୁତ କରିବାକୁ ବିରୋଧୀ ଚାହୁଁଥିବା ଶାହା କହିଛନ୍ତି । ମୋଦୀ ସରକାରଙ୍କ ସବୁ ଗ୍ୟାରେଣ୍ଟି ପୂରା ହୋଇଛଇ, ଆଗକୁ ମଧ୍ୟ ପୁରା ହେବ । ବିରୋଧୀ ଦଳ ନେତାମାନେ ତୁଷ୍ଟୀକରଣ ରାଜନୀତି କରୁଛନ୍ତି । ସିଏଏ ଦ୍ୱାରା ତିନି ଦେଶ (ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ)ର ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିବ ବୋଲି ଏକ ସାକ୍ଷାତକାର ଅବସରରେ ଶାହା କହିଛନ୍ତି ।

ଏହି ୩ ପଡ଼ୋଶୀ ଦେଶରେ ସଂଖ୍ୟାଲଘୁ ଥିବା ସଂପ୍ରଦାୟ ଯଥା- ହିନ୍ଦୁ, ଜୈନ, ଖ୍ରୀଷ୍ଟିଆନ, ଶିଖ୍, ବୌଦ୍ଧ ଓ ପାର୍ସି ମାନଙ୍କୁ ଭାରତୀୟ ନାଗରିକତା ମିଳିବ। ଏଥିପାଇଁ ସେମାନେ ୨୦୧୪ ଡିସେମ୍ବର ୩୧ ତାରିଖ ଦିନ କିମ୍ବା ତା ପୂର୍ବରୁ ଭାରତରେ ଶରଣ ନେଇଥିବା ଦରକାର। ସେମାନେ ଗତ ବର୍ଷେ ଧରି ଏବଂ ବିଗତ ୧୪ ବର୍ଷରେ ଅତିକମରେ ୫ ବର୍ଷ ପାଇଁ ଭାରତରେ ରହିଥିବା ଆବଶ୍ୟକ। ତେବେ ଏହି ଆଇନରେ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ସାମିଲ ହେବ ନାହିଁ।

- Advertisement -

 

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories