www.samajalive.in
Saturday, December 6, 2025
15.1 C
Bhubaneswar

ପୋଖରାନ୍‌‌ ଯିବେ ମୋଦୀ; ‘ଭାରତ ଶକ୍ତି’ ସାମରିକ ଅଭ୍ୟାସର କରିବେ ତଦାରଖ

ନୂଆଦିଲ୍ଲୀ: ମଙ୍ଗଳବାର ପୋଖରାନରେ ଶକ୍ତି ଦେଖାଇବାକୁ ଯାଉଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜସ୍ଥାନ ପୋଖରାନ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏଠାରେ ‘ଭାରତ ଶକ୍ତି’ ସାମରିକ ଅଭ୍ୟାସର ତଦାରଖ କରିବେ ମୋଦୀ। ତିନି ସେନାର ସ୍ୱଦେଶୀ ଯୁଦ୍ଧାସ୍ତ୍ରକୁ ନେଇ ପ୍ରଦର୍ଶିତ ହେବ ‘ଭାରତ ଶକ୍ତି’। ସ୍ୱଦେଶୀ ଅସ୍ତ୍ର କେତେ ସକ୍ଷମ ଓ କେତେ ଭରସାଯୋଗ୍ୟ ଏନେଇ ପରୀକ୍ଷଣ କରାଯିବ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତର ଚିତାକର୍ଷକ ଝଲକ ଦେଖିବ ସାରା ଦେଶ। ଟ୍ୟାଙ୍କ, ତୋପ, ଡ୍ରୋନ୍‌‌, ରୋବଟ୍‌‌, ହେଲିପକ୍ଟର ଓ ଫାଇଟର ଜେଟ୍‌‌ ଆଦି ଏଠାରେ ପ୍ରଦର୍ଶିତ ହେବ। ଏହି କାର୍ଯ୍ୟକ୍ରମରେ ୪୦ଟି ଦେଶର ପ୍ରତିନିଧି ସାମିଲ ହେବେ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ୍ ଅନୀଲ ଚୌହ୍ୱାନ, ତିନି ସେନାର ମୁଖ୍ୟ ଏହି ସାମରିକ ଅଭ୍ୟାସ ବେଳେ ଉପସ୍ଥିତ ରହିବେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories