www.samajalive.in
Saturday, December 6, 2025
15.1 C
Bhubaneswar

କଳାହାଣ୍ଡି ଛାତ୍ରଙ୍କ କୃତିତ୍ୱ ; ପାରା ବେଡ଼ ମିଣ୍ଟନରେ ସ୍ଵର୍ଣ୍ଣ ପଦକ

ଭବାନୀପାଟଣା : ଗତ ୮ ରୁ ୧୦ ତାରିଖ ଯାଏଁ ଭୁବନେଶ୍ୱର ଉଡାନ ସ୍ପୋର୍ଟସ ଏକାଡେମୀରେ ରାଜ୍ୟ ପାରା ବେଡ଼ ମିଣ୍ଟନ ଚମ୍ପିୟାନସିପ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ଏଥିରେ କିଟ ବିଶ୍ଵ ବିଦ୍ୟାଳୟ ଛାତ୍ର ତଥା କଳାହାଣ୍ଡିର ପାରା ବେଡ଼ ମିଣ୍ଟନ ଖେଳାଳି ଆକାଶ ରଂଜନ ମୁଣ୍ଡ ଚମ୍ପିୟାନ ଆଖ୍ୟା ପାଇଥିଲେ।
ଓଡିଶା ରାଜ୍ୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ ‘୨୪ ର ଏକକ ଏସଏଲ୍୩ ବର୍ଗରେ ସେ ଉତ୍ତମ ଖେଳ ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ପାଇଛନ୍ତି। ସେହିଭଳି ଡବଲ୍ସ ଏସଏଲ୩ – ଏସଏଲ୍୪ ବର୍ଗର ବ୍ରୋଞ୍ଜ ପଦକ ପାଇବାରେ ସକ୍ଷମ ହୋଇଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପାରା ବ୍ୟାଡମିଣ୍ଟନ ଓଡିଶାର ଅଧ୍ୟକ୍ଷ ତଥା ବିଜୁ ପଟ୍ଟନାୟକ ପୁରସ୍କାର ପ୍ରାପ୍ତ ଶିବ ପ୍ରସାଦ ଦାସ, ହକି ପ୍ରୋତ୍ସାହନ ପରିଷଦ ଓଡିଶାର ସିଇଓ ଦୀପଙ୍କର ମହାପାତ୍ର, ବିଜୁ ପଟ୍ଟନାୟକ ପୁରସ୍କାର ପ୍ରାପ୍ତ ଦୀପ ରଂଜନ, ବରିଷ୍ଠ ଆନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ଖେଳାଳି ଅମରେନ୍ଦ୍ର ବେହେରା, ପାରାଲିମ୍ପିକ୍ ସ୍ପୋର୍ଟସ୍ ଆସୋସିଏସନ୍ ଓଡିଶାର ସଭାପତି କମଲକାନ୍ତ ରଥଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଖେଳାଳିଙ୍କୁ ପ୍ରୋତ୍ସାହିତ କରିଥିଲେ। ତେବେ ଆକାଶ ସ୍ଵର୍ଣ୍ଣ ପଦକ ପାଇବା ଘଟଣା କଳାହାଣ୍ଡିର କ୍ରୀଡାବିତ୍ ମହଲରେ ଖୁସିର ଲହରୀ ଖେଳି ଯାଇଛି। ଆକାଶଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories