www.samajalive.in
Friday, December 5, 2025
20.1 C
Bhubaneswar

ପାଣି ପାଇଁ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

ଫୁଲବାଣୀ : ପାଣି ସମସ୍ୟାକୁ ନେଇ ୧୫୭ ନମ୍ବର ଜାତୀୟ ରାଜପଥକୁ ସୋମବାର ଗ୍ରାମବାସୀ ଅବରୋଧ କରିଛନ୍ତି। କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଗୁମାଗଡ଼ ପଞ୍ଚାୟତର ସଦନମେଣ୍ଡି ଗ୍ରାମର ମହିଳା ମାନେ ରାସ୍ତାରେ ହାଣ୍ଡି, ମାଠିଆ ରଖି ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ଫୁଲବାଣୀ ଠାରୁ ବ୍ରହ୍ମପୁର ଯାତାୟତ ଠପ ହୋଇ ପଡ଼ିଛି । ଏବେ ଧୀରେ ଧୀରେ ଖରା ଉତ୍ତାପ ବଢ଼ିବା ସାଙ୍ଗକୁ ନଦୀ ନାଳର ପାଣି ଶୁଖିବାକୁ ଲାଗିଲାଣି। ସଦନ ମଣ୍ଡି ଗ୍ରାମରେ ତିନୋଟି ନଳକୂପ ଥିଲେ ମଧ୍ୟ ପାଣି ଠିକ୍ ଭାବରେ ବାହାରୁ ନାହିଁ । ଯାହା ଫଳରେ ଗ୍ରାମବାସୀ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗ୍ରାମରେ ଲାଇନ୍ ପାଣି ପାଇପ୍ ପଡ଼ି ଥିଲେ ମଧ୍ୟ ପାଣି ଆସୁନାହିଁ। ଏହି ସମ୍ପର୍କରେ ବହୁବାର ଗ୍ରାମ୍ୟ ଜଳ ଯୋଗାଣ ବିଭାବକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗ୍ରାମର ମହିଳା ମାନେ ଉତ୍ତ୍ୟକ୍ତ ହୋଇ ଫୁଲବାଣୀ ଠାରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ରାସ୍ତାର ଉଭୟପାର୍ଶ୍ୱରେ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ଅଟକି ରହିଛି। ଘଟଣାସ୍ଥଳରେ ସ୍ଥାନୀୟ ସରପଞ୍ଚ, ସଦର ଥାନା ଅଧିକାରୀ,ଫୁଲବାଣୀ ବିଡ଼ିଓ ପ୍ରତୀକ କୁମାର ସାହୁ ପହଁଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରୁଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories