ସୋମବାର ରାଶିଫଳ : ଏହି ରାଶିର ବ୍ୟକ୍ତି ସାହସୀ ଓ ସମ୍ପତ୍ତିବାନ୍‌ ହେବେ

ମେଷ- ରାଜଯୋଗ ଅଛି। ଶ୍ରେଷ୍ଠ ପଦପଦବୀରେ ଆସୀନ ହୋଇ ଦାନଧର୍ମରେ ଦୀକ୍ଷିତ ହେବେ। ସତ୍‌ପାତ୍ରରେ ଦାନ କରି ଆତ୍ମସନ୍ତୋଷ ଲାଭ କରିବେ। ଏକାନ୍ତ ସାଧନା ଫଳବତୀ ହେବ। ସୁଖ ଲାଭ କରିବେ।

ବୃଷ- ଆପଣଙ୍କ ଉପଦେଶ ଓ ଚେତାବନୀ ସୁଦୂର ପ୍ରସାରୀ ହେବ। ଐକାନ୍ତିକତା ଓ ଅଭିନିବେଶ ଥିବାରୁ ସଫଳତାର ଦ୍ବାର ଦେଶରେ ଉପନୀତ ହେବେ। ଧନ ସହିତ ମାନ-ସମ୍ମାନ ପ୍ରାପ୍ତ ହେବେ।

ମିଥୁନ- ଶୁଦ୍ଧ ଆଚରିତ ପରଧର୍ମଠାରୁ ନିଜ ଧର୍ମ ଗୁଣରହିତ ହେଲେ ମଧ୍ୟ ଶ୍ରେଷ୍ଠ ଅଟେ। କାରଣ ସ୍ବଧର୍ମରେ ମନୁଷ୍ୟ ପାପଭାଗୀ ହୁଏ ନାହିଁ। ଧର୍ମର ଉଜ୍ଜ୍ବଳମୟ ପ୍ରଭାବରେ ଅଜ୍ଞାନ, ଅନ୍ଧକାର ଦୂରୀଭୂତ ହେବ।

କର୍କଟ-  ସ୍ବକର୍ମ ହେଉଛି ଭାଗ୍ୟ ନିୟନ୍ତ୍ରଣର ମୂଳ ଉତ୍ସ ଯାହା ଆପଣଙ୍କ କର୍ମମୟ ଜୀବନରେ ପ୍ରତିଭାତ ହେଉଛି। ସୁଖସମୃଦ୍ଧିର ମୂଳଦୁଆ ପକାଇ ଦାମ୍ପତ୍ୟ ଜୀବନକୁ ସୁଖବୋଧ କରିପାରନ୍ତି। ସାହସୀ ଓ ସମ୍ପତ୍ତିବାନ୍‌ ହେବେ।

ସିଂହ-  କ୍ଲେଶରୁ ମୁକ୍ତିର ଦ୍ବାର ହେଉଛି ବିଦ୍ୟା। ବିଦ୍ୟା ବିବାଦେନ ଓ ଦିନ ଚୟନ ଯେଉଁ ଗୁଣ ଆପଣଙ୍କ ଚରିତ୍ରରେ ନିହାତି ଅଛି। ଅଷ୍ଟମ ଚନ୍ଦ୍ର ଭୋଗ ସମୟରେ ବିଦ୍ୟା ପ୍ରଭାବରୁ ଓ ସଚେତନତା ହେତୁ ଉଧୁରି ଯିବେ।

କନ୍ୟା-  ସେବା ମନୋଭାବର ହୋଇ ଜନସାଧାରଣଙ୍କ ମନରେ ସ୍ନେହ କରୁଣାର ଆସ୍ତରଣ ଜମା କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇଥିବାରୁ ଆପଣଙ୍କ ବିଚାରଧାରା ନିରପେକ୍ଷ ଓ ନିଃସ୍ବାର୍ଥପର ହେବ।

ତୁଳା- ଆପଣଙ୍କ ଚେତନାଧର୍ମୀ ଉପଦେଶ ଶତ୍ରୁମାନଙ୍କ ହୃଦୟକୁ କବଳିତ କରି ମିତ୍ରତାରେ ପରିଣତ କରିପାରେ। ଧର୍ମୀୟ ଚେତନାରେ ସାମାଜିକ ଏକତା ଓ ଋଣ ପରିଶୋଧ ପ୍ରବୃତ୍ତିର ହେବେ। ଧର୍ମାନ୍ଧ ହେବେ।

ବିଚ୍ଛା- ବାଣିଜ୍ୟ ବିଦ୍ୟା ରୂପକ ମହାଧନ ପ୍ରଭାବରେ ଧନ ଅର୍ଜନ କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ତେଜୀୟାନ୍‌ ବ୍ୟକ୍ତିତ୍ବର ପ୍ରଭାବରେ ଦାୟିତ୍ବରେ ଥିବା ସଂସାର ପ୍ରଭୂତ ଉନ୍ନତି ଘଟାଇ ପାରନ୍ତି।

ଧନୁ- କୃଷି ପ୍ରଧାନ ଦେଶର ଅଗ୍ରଦୂତଭାବେ କୃଷକମାନଙ୍କ ସହାୟତାରେ ନିଜକୁ ନିୟୋଜିତ କରିପାରନ୍ତି। ବୟୋଜ୍ୟେଷ୍ଠ ନ ହୋଇ ବି ଶ୍ରେଷ୍ଠ କର୍ମଯୁକ୍ତ ହୋଇ ଉତ୍ସାହୀ ଯୁବକମାନଙ୍କୁ ଦିଗ୍‌ଦର୍ଶନ ଦେବେ।

ମକର- ଈଶ୍ବର ବିଶ୍ବାସୀ ହେବେ। ଧାର୍ମିକ ଚେତନାରେ ସାମାଜିକ ଏକତା ଗଠନ କରିବାର ପ୍ରୟାସୀ ହୋଇପାରନ୍ତି। ଭାଷା ଅମୃତ ଆଶ୍ବାଦନ ତୁଲ୍ୟ ହୋଇପାରେ। ସୁବନ୍ଧୁ ସମ୍ପର୍କ କାମନାର ସୂର୍ଯ୍ୟପରି ଉଜ୍ଜ୍ବଳ ହେ​‌ବେ ।

କୁମ୍ଭ- ନୀତି, ନୈତିକତାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ ସମ୍ପାଦନ କରିବେ। ଆପଣଙ୍କ ସୁବନ୍ଧୁ ସମ୍ପର୍କ ହେଉଛି। ସକାଳର ସୂର୍ଯ୍ୟ ପରି ଆଲୋକ ଭାସ୍ବରିତ। ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।

ମୀନ- ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ରଣାଙ୍ଗନରେ ପଶ୍ଚାତ୍‌ପଦ ହେବା ଆପଣଙ୍କ ଜାତକରେ ନାହିଁ। ଦାନରେ ‘ହରିଶ୍ଚନ୍ଦ୍ର’ ଓ ମନରେ ଦୁର୍ଯ୍ୟୋଧନଙ୍କ ପରି ହୋଇପାରନ୍ତି। ସୁସ୍ଥ ଜୀବନ ବିତାଇବେ।

Comments are closed.