www.samajalive.in
Tuesday, December 9, 2025
16.1 C
Bhubaneswar

୫୦ ପ୍ରତିଶତ ମହିଳା କର୍ମଚାରୀଙ୍କ ସଂଖ୍ୟା ବଢାଇବା ନେଇ ଘୋଷଣା କଲା ଏହି କମ୍ପାନୀ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅଟୋ ସେକ୍ଟର କମ୍ପାନୀ କାର୍ସ୨୪ ମହିଳା ଦିବସ ଅବସରରେ ବଡ ଘୋଷଣା କରିଛି । କମ୍ପାନୀ କହିଛି କି ୨୦୨୪ରେ କମ୍ପାନୀ ନିଜ ସଂସ୍ଥାରେ ମହିଳାଙ୍କ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି କରିବ । କମ୍ପାନୀ କହିଛି କି ମହିଳା ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ଏମିତି ନିଷ୍ପତ୍ତି ନିଆଯାଇଛି ।

ଏଦିଗରେ କମ୍ପାନୀ ଲଗାତର ମହିଳାଙ୍କୁ ନିଯୁକ୍ତି କରୁଛି ଏବଂ ପ୍ରଶିକ୍ଷଣ ଦେଉଛି । ବର୍ତ୍ତମାନ ସମୟରେ କମ୍ପାନୀ ଗ୍ରାହକ ଅନୁଭୂତି, ମାର୍କେଟିଂ, ପ୍ରଡକ୍ଚ ଏବଂ ଫ୍ରଣ୍ଟ ଲାଇନ ଭଳି ରୋଲ୍ସ ଉପରେ କାମ କରୁଛି ଏବଂ ମହିଳାଙ୍କ ନିଯୁକ୍ତି ଉପରେ  ଗୁରୁତ୍ବ ଦେଉଛି । କାର୍ସ୨୪ର ସିଇଓ ତଥା ସହ ପ୍ରତିଷ୍ଠାତା ବିକ୍ରମ ଚୋପ୍ରା କୁହନ୍ତି କି ଆମ ଯାତ୍ରା କର୍ମଚାରୀଙ୍କଠୁ ଆରମ୍ଭ ହୋଇଥାଏ । ମହିଳାଙ୍କ ସମାନ ଅଧିକାର ପ୍ରତି ପଦକ୍ଷେପ ନିଆଯାଉଛି । ପ୍ରତି ଦକ୍ଷତାକୁ ନିଯୁକ୍ତି ମିଳିବ ବୋଲି ସେ କହିଛନ୍ତି । ଆଗକୁ ମଧ୍ୟ କମ୍ପାନୀ ଅନେକ ନୂଆ ପଦକ୍ଷେପ ଗ୍ରହଣ କରିବ ବୋଲି ବିକ୍ରମ ଚୋପ୍ରା କହିଛନ୍ତି ।

Hot this week

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

Related Articles

Popular Categories