www.samajalive.in
Sunday, December 14, 2025
26.1 C
Bhubaneswar

ବସ୍ ଡ୍ରାଇଭର, କଣ୍ତକ୍ଟର ଓ ହେଲପରଙ୍କୁ ନିଶା ଦେଇ ଲୁଟ୍ !

ଢେଙ୍କାନାଳ: ବସ୍ ଡ୍ରାଇଭର, କଣ୍ତକ୍ଟର ଏବଂ ହେଲପରଙ୍କୁ ନିଶା ଦେଇ ଲୁଟ୍। ୧୫ ଶହ ଟଙ୍କା ଆଡଭାନ୍ସ ଦେଇ ବିଶ୍ବାସ ଜନ୍ମାଇଲେ । ସିଗାରେଟ୍ ଓ କୋଲ୍ଡଡ୍ରିଙ୍କ୍ସ ପିଆଇ ୯୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଢେଙ୍କାନାଳ ଜିଲ୍ଲା ଭୁବନ କଲେଜ ରୋଡ୍ ରେ ଥିବା ନୀଳମାଧବ ପେ​‌ଟ୍ରୋଲ ପମ୍ପ ପାଖରେ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଦାସ ଆଣ୍ଢ ଦାସ ନାମକ ବସ୍ ଟି ଯାଜପୁରରୁ ଭୁବନ ଯାଉଥିଲା। ଏହା ପ୍ରଥମେ ଯାତ୍ରୀ ମାନଙ୍କୁ ଭୁବନରେ ଓହ୍ଲାଇବା ପରେ ସେଠାରେ ୪ରୁ ୫ ଜଣ ଦୁର୍ବୁତ୍ତ ଚଢିଥିଲେ। ତାଙ୍କର  ୩୦ ଜଣ ଶ୍ରମିକ ଯାଜପୁର ଯିବେ କହି ୧୫ ଶହ ଟଙ୍କା ଆଡଭାନ୍ସ ଦେଇଥିଲେ। ପରେ ସିଗାରେଟ୍ ପିଆଇ ନିଶାଦ୍ରବ୍ୟ ମିଶା କୋଲ୍ଡଡ୍ରିଙ୍କ୍ସ ପିଆଇଥିବା ଅଭିଯୋଗ ହୋଇଛି। ଭୁବନର ଜଣେ ବ୍ୟବସାୟୀ ମୋବିଲ କିଣା ବାବଦକୁ ବସ୍ କର୍ମଚାରୀଙ୍କ ହାତରେ ୯୦ ହଜାର ଟଙ୍କା ଯାଜପୁରର ଜଣେ ଡିଲରଙ୍କ ପାଖକୁ ପଠାଇଥିଲେ। ଦୁର୍ବୁତ୍ତମାନେ ସେହି ଟଙ୍କାକୁ ନେଇ ଚମ୍ପଟ ମାରିଛନ୍ତି। ସ୍ଥାନୀୟ ଲୋକ ଡ୍ରାଇଭର, ହେଲପର ଓ କଣ୍ତକ୍ଟରଙ୍କୁ ଗୁରୁତର ଅବସ୍ଥାରେ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ। ଏବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି। ସେପଟେ ଏହି ଘଟଣାକୁ ନେଇ ବସ୍  ମାଲିକ ଭୁବନ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ କରୁଛି ପୁଲିସ୍।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories