www.samajalive.in
Sunday, December 7, 2025
16.1 C
Bhubaneswar

ସାଲାଇନ୍ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ

ଭଦ୍ରକ:  ଭଦ୍ରକ ଜିଲ୍ଲା ଆଗରପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା ଘଟିଛି। ସାଲାଇନ ‍ଦେବାକୁ ମନା କରିବାରୁ ଫର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୂତାବକ ଆଗରପଡା ବିଟିପୁର ଗାଁରୁ ଦୁଇ ଜଣ ଯୁବକ ମେଡିକାଲକୁ ଆସିଥିଲେ। ଫାର୍ମାସିଷ୍ଟ ମହେଶ୍ବର ଦାସ ରୋଗୀ ଦେଖୁଥିବାବେଳେ ଦୁଇ ଯୁବକ ଦିପୁନ୍ ସେଠୀ ଏବଂ ଅନ୍ୟ ଜଣେ ଯୁବକ ସାଲାଇନ୍ ମାଗିଥିଲେ। ଡାକ୍ତରଙ୍କ ପ୍ରେସକ୍ରିପସିନ ନାହିଁ,ଡାକ୍ତରଖାନା ବାହାରକୁ ସାଲାଇନ ଦେଇ ହେବନାହିଁ ବୋଲି ମହେଶ୍ବର କହିବାକୁ ଦୁଇ ଜଣ ଯୁବକ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଘଟଣାକୁ ନେଇ ଆଗରପଡା ଥାନାରେ ଏତଲା ଦିଆଯାଇଛି। ପୁଲିସ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories