www.samajalive.in
Tuesday, December 9, 2025
15.1 C
Bhubaneswar

ଲୋକଙ୍କୁ ସଚେତନ କଲେ ସ୍ନାୟୁ ରୋଗ ବିଶେଷଜ୍ଞ

କଣ୍ଟାବାଞ୍ଜି: ସ୍ୱାସ୍ଥ୍ୟ ହେଉଛି ମନୁଷ୍ୟର ଅମୂଲ୍ୟ ସମ୍ପଦ, ସ୍ୱାସ୍ଥ୍ୟ ଭଲ ରହିଲେ ଆମେ ଭଲ ରହିବା । ସୁସ୍ଥ ରହିବାକୁ ଲୋକେ ସବୁ କିଛି କରିଥାନ୍ତି । ତେବେ କ’ଣ କରିବା କଥା କ’ଣ କଲେ ସ୍ୱାସ୍ଥ୍ୟ ଭଲ ରହିବ ସେନେଇ ଲୋକେ ଅବଗତ ନଥିବା ଯୋଗୁ ସବୁ ସମୟରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ନିଜ ସ୍ୱାସ୍ଥ୍ୟକୁ କେମିତି ଭଲରେ ରଖିବା ସେନେଇ ଏକ ଆଲୋଚନା ଚକ୍ର କଣ୍ଟାବାଞ୍ଜି ବନମାଳୀ ମ୍ୟାରେଜ ପ୍ୟାଲେସରେ ରାୟପୁର ନାରାୟଣ ଏମଏମଆଇ ଡାକ୍ତରଖାନା ପକ୍ଷରୁ ପ୍ରେସ କ୍ଲବ କଣ୍ଟାବାଞ୍ଜି ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଏଚ.ପି. ସିହ୍ନା, ପ୍ରେସ କ୍ଲବ ସଭପତି ପ୍ରଭଜିତ ସିଂହ ସାଲୁଜା, କାର୍ଯ୍ୟକ୍ରମ ପ୍ରୋଜେକ୍ଟ ଚେୟାରମ୍ୟାନ ଆଶିଷ ଖେତାନ, କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ, କୋଷାଧ୍ୟକ୍ଷ କମଳଜିତ ସିଂହ ମଖିଜା ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରେସ କ୍ଲବ ଅନୁଷ୍ଠାନକୁ ସମାଜସେବା କାମ ପାଇଁ ସହ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଏମଏମଆଇ ନାରାୟଣ ଡାକ୍ତରଖାନା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହିପରି କୋଶଲେଶ୍ଵରୀ ଯୁବ ମାଳୀ ସମାଜକୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ ପାଇଁ ସମ୍ବର୍ଦ୍ଧନା କରାଗଲା । ସଭା ଶେଷ ହେବା ପରେ ସ୍ନାୟୁ ରୋଗ ବିଶେଷଜ୍ଞ ପକ୍ଷାଘାତ ଏବଂ ମସ୍ତିକାଘାତ ରୋଗ ବିଷୟରେ ଟିକି ନିଖି ସଚେତନ କରିଥିଲେ । କାହିଁକି ଏହି ରୋଗ ହୋଇଥାଏ, ରୋଗର ନିରାକରଣ, ରୋଗର ଲକ୍ଷଣ ଦେଖାଦେବା ପରେ ପ୍ରାଥମିକ ଚିକିତ୍ସା କ’ଣ ରହିବା କଥା ସେନେଇ ଲୋକଙ୍କୁ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜନସାଧାରଣ ମଧ୍ୟ ଡାକ୍ତରଙ୍କୁ ରୋଗ ବିଷୟରେ ପ୍ରଶ୍ନ ପଚାରିଥିଲେ । ଡାକ୍ତର ସମସ୍ତଙ୍କୁ ଉତ୍ତର ଦେଇଥିଲେ । ପାୟୋର ରିଲେସନ ଡେପୁଟିମ୍ୟାନେଜର ଖୋମେଶ୍ଵର ଲେହରେ, ତରୁନ୍ଦ୍ର ସିଂଙ୍କୁ ପ୍ରେସ କ୍ଲବ ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍ଵତନ୍ତ୍ର ଅତିଥି ଭାବେ ଏନଏସସି ନଗରପାଳ ବରିୟମ ସିଂ ସାଲୁଜା, ଡାକ୍ତର ଗୋବିନ୍ଦ ଅଗ୍ରୱାଲ, ଡାକ୍ତର ଅମଜଦ ଖାଁ ପ୍ରମୁଖ ଉପସ୍ଥିତ ଥିବା ବେଳେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରେସ କ୍ଲବ ଉପସଭାପତି ମନୋଜ ଶର୍ମା, ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରେସ କ୍ଲବ ଉପସଭାପତି ରଶ୍ମି ରଞ୍ଜନ ପୁଟେଲ, ଅଫିସ ସମ୍ପାଦକ ବିସିକେଶନ ମାଝି, ପରାମର୍ଶଦାତା ଆନନ୍ଦ ମୋଟେ, ଦିପକ ଯାଦବ, ଅନିଲ ତ୍ରିପାଠୀ, ଦେବେଶ ସିଂଘଳ, ଅମିତ ଶର୍ମା, କମଳ ଅଗ୍ରୱାଲ, ଜଗମୋହନ ତାଣ୍ଡି, ଶୈଳେନ୍ଦ୍ର ଜୈନ ସହ ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମ ସହଯୋଗ କରିଥିବା ବେଳେ ସହରର ବିଭିନ୍ନ ଅନୁଷ୍ଠାନ ର ପଦାଧିକାରୀ ସହ ୨୦୦ ରୁ ଅଧିକ ଲୋକ ସାମିଲ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories