www.samajalive.in
Friday, December 5, 2025
20.1 C
Bhubaneswar

କଟକର ରୁପା ତାରକସୀକୁ ଜିଆଇ ମାନ୍ୟତା

କଟକ : ରାଜ୍ୟର ବିଭିନ୍ନ ଜିଲାର ପ୍ରସିଦ୍ଧ ଖାଦ୍ୟ ସାମଗ୍ରୀ ଜିଆଇ ମାନ୍ୟତା ପାଇବା ପରି କଟକର ବିଶ୍ୱ ପ୍ରସିଦ୍ଧ ତାରକସୀ କାରୁକାର୍ଯ୍ୟକୁ ଜିଆଇ ମାନ୍ୟତା ମିଳିଥିବା ସୂଚନା ମିଳିଛି। ଏଥିନେଇ ଜିଓଗ୍ରାଫିକାଲ ଇଣ୍ଡିକେସନ ଅଫ ରେଜେଷ୍ଟ୍ରି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ତାରକସୀ ଶିଳ୍ପୀଙ୍କ ମଧ୍ୟ ଉତ୍ସାହ ପ୍ରକାଶ ପାଇଛି। କଟକ ସହରର ପ୍ରାୟ ୫୦୦ବର୍ଷର ପୁରୁଣା ତାରକସୀ ଶିଳ୍ପର ଦେଶବିଦେଶରେ ବେଶ ଚାହିଦା ରହିଛି। ଏହି ଶିଳ୍ପ ଉପରେ କଟକର ଶହଶହ ଶିଳ୍ପୀ ପରିବାର ନିର୍ଭର କରିଥାନ୍ତି। ରାଜ୍ୟକୁ ଆସୁଥିବା ବିଦେଶୀ ଅତିଥିଙ୍କୁ ସରକାରୀ ଓ ବେସରକାରୀସ୍ତରରେ ରୁପା ତାରକସୀ କାରୁକାର୍ଯ୍ୟର ଉପହାର ଦେଇଥାନ୍ତି। ଓଡ଼ିଶାର ଅନେକ ସାମଗ୍ରୀକୁ ଜିଆଇ ମାନ୍ୟତା ମିଳିଥିବାବେଳେ କଟକର ରୁପା ତାରକସୀକୁ ଜିଆଇ ମାନ୍ୟତା ମିଳିନଥିଲା। କେନ୍ଦ୍ରାପଡ଼ାର ରସାବଳୀକୁ ଜିଆଇ ମାନ୍ୟତା ମିଳିବା ପରେ କଟକର ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବାକୁ ବିଭିନ୍ନ ମହଲରେ ଦାବି ଉଠିଥିଲା। ଏ ସମ୍ପର୍କରେ ବିଧାୟକ ଇଂ ମହମ୍ମଦ ମୋକିମ ମଧ୍ୟ ବିଧାନସଭାରେ ଦାବି ଉଠାଇଥିଲେ। କଟକର ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବାକୁ ଓଏସ୍‌ଆଇସି ସମର୍ଥନ କରିଥିଲା। ଓଏସ୍‌ଆଇସି ରାଜ୍ୟ ସରକାରଙ୍କୁ ବିଧିବଦ୍ଧଭାବେ ଜଣାଇବା ପରେ ସରକାର ଜିଓଗ୍ରାଫିକାଲ ଇଣ୍ଡିକେସନ ଅଫ ରେଜେଷ୍ଟ୍ରିକୁ କଟକର ପ୍ରସିଦ୍ଧ ରୁପା ତାରକସୀ କାର୍ଯ୍ୟକୁ ଜିଆଇ ମାନ୍ୟତା ଦେବା ନେଇ ଅବଗତ କରିଥିଲେ। ଏ ସମ୍ପର୍କରେ ଆବଶ୍ୟକ କାଗଜପତ୍ର ମଧ୍ୟ ସରକାର ଦାଖଲ କରିଥିଲେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories