www.samajalive.in
Sunday, December 7, 2025
26.1 C
Bhubaneswar

ମାଛ ଖଟା ମିଠା

ପ୍ରସ୍ତୁତି ପ୍ରଣାଳୀ
ମାଛ – ୪୦୦ ଗ୍ରାମ
ତେନ୍ତୁଳି ରସ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଶୁଖିଲା ଲଙ୍କା – ୨ଟି
ରସୁଣ ଛେଚା – ୬ ରୁ ୭ ଟି ରସୁଣ
ଭୁସଙ୍ଗ ପତ୍ର – ଅଳ୍ପ
ଜିରା ଲଙ୍କା ଗୁଣ୍ଡ- ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଗୁଡ଼ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ ଓ ଅଳ୍ପ ଲୁଣ ଗୋଳାଇ ରଖନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ ଓ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ମାଛ ଭାଜି ଏକ ପାତ୍ରକୁ କାଢି ରଖନ୍ତୁ। ଅଧିକ କଡ଼ା କରି ମାଛ ଭାଜିବେ ନାହିଁ। ଏବେ ଏକ ଅନ୍ୟ କଡ଼େଇରେ ତେଲ ଗରମ କରି ଏଥିରେ ଅଳ୍ପ ପଞ୍ଚ ଫୁଟଣ, ଶୁଖିଲା ଲଙ୍କା ପକାନ୍ତୁ। ଏହା ପରେ ତେନ୍ତୁଳି ରସ ଓ ପାଣି ପକାନ୍ତୁ। ତେନ୍ତୁଳି ରସ ଫୁଟି ଆସିଲେ ସେଥିରେ ରସୁଣ ଛେଚା, ଭୁସଙ୍ଗ ପତ୍ର, ଜିରା ଲଙ୍କା ଗୁଣ୍ଡ, ଆବଶ୍ୟକ ପରିମାଣରେ ଗୁଡ ପକାଇ ଏହାକୁ କିଛି ସମୟ ଫୁଟାନ୍ତୁ। କିଛି ସମୟ ପରେ ଏଥିରେ ଭାଜି ରଖିଥିବା ମାଛକୁ ପକାନ୍ତୁ। ଏବେ ସ୍ୱାଦ ଅନୁଯାୟୀ ଲୁଣ ପକାଇ ୧ ମିନିଟ ଫୁଟାନ୍ତୁ। ୧ ମିନିଟ ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଛ ଖଟା ମିଠା।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories