www.samajalive.in
Saturday, December 6, 2025
23.1 C
Bhubaneswar

ମହାଶିବରାତ୍ରୀ : ଏବର୍ଷ ପଡୁଛି ଏହି ସବୁ ଯୋଗ,ଜାଣନ୍ତୁ ଏହାର ମହତ୍ତ୍ୱ ଓ ଫଳ..

ମହାଶିବରାତ୍ରୀ ପର୍ବ ଭକ୍ତଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପର୍ବ। ଏହି ଦିନ ପୂଜାର୍ଚ୍ଚନା ଦ୍ୱାରା ପ୍ରଭୁ ପ୍ରସନ୍ନ ହୋଇଥାଆନ୍ତି। ମାନ୍ୟତା ଅନୁଯାୟୀ, ମହାଶିବରାତ୍ରୀ ଦିନ ଭଗବାନ ଭୋଳା ଶଙ୍କର ଧରାପୃଷ୍ଠରେ ଥିବା ସମସ୍ତ ଶିବଲିଙ୍ଗରେ ବିରାଜମାନ ହୋଇଥାଆନ୍ତି। ଏହି ଦିନ ଶିବଶଙ୍କର ଓ ମା’ପାର୍ବତୀଙ୍କ ବିବାହ ହୋଇଥିଲା। ଏହି ପବିତ୍ର ଦିନରେ ଭକ୍ତ ବ୍ରତ-ଉପବାସ କରିବା ସହ ଶିବଶଙ୍କରଙ୍କ ସହ ମା’ପାର୍ବତୀଙ୍କ ପୂଜାର୍ଚ୍ଚନା କରାଯାଏ।ଚଳିତ ବର୍ଷ ମାର୍ଚ୍ଚ ୮ରେ ମହାଶିବରାତ୍ରୀ। ଏହି ବର୍ଷ ମହାଶିବରାତ୍ରୀର ଖୁବ ମହତ୍ତ୍ୱ ରହିଛି। କାରଣ ଚଳିତ ବର୍ଷ ମହାଶିବରାତ୍ରୀରେ ଅନେକ ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି। ତେଣୁ ଅତ୍ୟନ୍ତ ଶୁଭଫଳ ମିଳିବ। ଜାଣନ୍ତୁ ଏହା ବିଷୟରେ..
ପଞ୍ଜିକା ଅନୁସାରେ ଫାଲଗୁଣ ମାସ କୃଷ୍ଣପକ୍ଷର ଚତୁର୍ଦଶୀ ତିଥି ୮ ମାର୍ଚ୍ଚରେ ରାତ୍ରି ୯ଟା୫୭ରୁ ଆରମ୍ଭ ହୋଇ ପରଦିନ ମାର୍ଚ୍ଚ ୯ ସନ୍ଧ୍ୟା ୬ଟା ୧୭ରେ ଶେଷ ହେଉଛି।
ମହାଶିବରାତ୍ରୀରେ ପୂଜା ମୁହୂର୍ତ୍ତ – ରାତି ୧୨ଟା ୦୭ ମିନିଟ୍‌‌ ରୁ ୧୨ଟା ୫୬ ମିନିଟ୍‌‌
ସର୍ବାର୍ଥ ସିଦ୍ଧି ଯୋଗ – ସକାଳ ୬ଟା ୩୮ ମିନିଟ୍‌‌ ରୁ ୧୦ଟା ୪୧ ମିନିଟ୍‌‌
ଶିବ ଯୋଗ – ୯ ମାର୍ଚ୍ଚ ସୂର୍ଯ୍ୟୋୟଦ ରାତ୍ରୀ ୧୨ଟା ୪୬ ମିନିଟ୍‌‌ ପର୍ଯ୍ୟନ୍ତ
ସିଦ୍ଧ ଯୋଗ – ୯ ମାର୍ଚ୍ଚ ରାତ୍ରୀ ୧୨ଟା ୪୬ ମିନିଟ୍‌‌ରୁ ୮ଟା ୩୨ ମିନିଟ୍‌‌
ଶ୍ରବଣ ନକ୍ଷତ୍ର ଯୋଗ – ସକାଳ ୧୦ଟା ୪୧ ମିନିଟ୍‌‌
ସର୍ବାର୍ଥ ସିଦ୍ଧି ଯୋଗକୁ ଖୁବ ଶୁଭ ଯୋଗ ବୋଲି କୁହାଯାଏ। ଏହି ଯୋଗରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ।
ଶିବ ଯୋଗ – ମହାଶିବରାତ୍ରୀ ଅବସରରେ ଶିବ ଯୋଗ ହେବା ଅତ୍ୟନ୍ତ ଶୁଭଙ୍କର। ଏହି ଯୋଗରେ ଧ୍ୟାନ କରିବା ଓ ମନ୍ତ୍ରଜପ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହି ସମୟରେ ଭୋଳାଶଙ୍କରଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ।
ମାନ୍ୟତା ଅନୁଯାୟୀ, ସିଦ୍ଧ ଯୋଗ ଭଗବାନ ଗଣେଶଙ୍କ ସହ ଜଡିତ। ଏହି ଯୋଗ ଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ।
ଶ୍ରବଣ ନକ୍ଷତ୍ର ଯୋଗ – ଶ୍ରବଣ ନକ୍ଷତ୍ରର ସ୍ୱାମୀ ଶନି ଦେବଙ୍କୁ କୁହାଯାଏ। ଏହା ଏହି ନକ୍ଷତ୍ର ନିଜ ଶୁଭ ଗୁଣ ଯୋଗୁଁ ଅନେକ ମାନ୍ୟତା ମଧ୍ୟ ରହିଛି। ଶ୍ରବଣ ନକ୍ଷତ୍ରରେ କରାଯାଇଥିବା କାର୍ଯ୍ୟର ଫଳ ଅତ୍ୟନ୍ତ ଶୁଭ। ଏହି ନକ୍ଷତ୍ରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ଧନୀ, ପ୍ରସିଦ୍ଧ ଓ ସୁଖୀ ହୋଇଥାଆନ୍ତି।

 

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories