www.samajalive.in
Friday, December 5, 2025
20.1 C
Bhubaneswar

ମାର୍ଚ୍ଚରେ ଏତିକି ଦିନ ଖୋଲିବ ବ୍ୟାଙ୍କ: ୧୩ଦିନ ଛୁଟି

ନୂଆଦିଲ୍ଲୀ : ମାର୍ଚ୍ଚ ମାସକୁ ଆର୍ଥିକ ମାସ ବୋଲି କୁହାଯାଏ। ତେଣୁ ଏହି ମାସରେ ବ୍ୟାଙ୍କ କର୍ମଚାରୀଙ୍କ ଉପରେ କାର୍ଯ୍ୟଭାର ମଧ୍ୟ ଅଧିକ ରହିଥାଏ। ହେଲେ ଚଳିତ ମାର୍ଚ୍ଚ ମାସରେ କେବଳ ୧୩ ଦିନ ଛୁଟି ପଡୁଛି। ଏହି ଛୁଟିରେ ସାପ୍ତାହିକ ଛୁଟି ଅନ୍ତର୍ଭୁକ୍ତ ରହିଛି। ଅର୍ଥାତ ୧୩ଦିନକୁ ଛାଡିଲେ ବାକି ଦିନ ବ୍ୟାଙ୍କ ଖୋଲା ରହିବ। ଆପଣ ଯଦି ମାର୍ଚ୍ଚରେ କୌଣସି ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଯୋଜନା କରିଛନ୍ତି ତେବେ ଛୁଟି ଦିନ ଗୁଡିକ ଜାଣି ନିଅନ୍ତୁ। ବର୍ତମାନ ସମୟରେ ବ୍ୟାଙ୍କର ଅଧା କାମ ଅନଲାଇନରେ ହେଇଯାଉଛି ତଥାପି କିଛି ଏପରି କାର୍ଯ୍ୟ ରହିଛି ଯେଉଁଥିପାଇଁ ଆପଣଙ୍କୁ ବ୍ୟାଙ୍କ ଯିବାକୁ ପଡିପାରେ।

ଜାଣନ୍ତୁ ସାପ୍ତାହିକ ଛୁଟି:

- Advertisement -

୩ ମାର୍ଚ୍ଚ ରବିବାର ଛୁଟି
୯ମାର୍ଚ୍ଚ ଦ୍ୱିତୀୟ ଶନିବାର ଛୁଟି
୧୦ ମାର୍ଚ୍ଚ ରବିବାର ଛୁଟି
୧୭ ମାର୍ଚ୍ଚ ରବିବାର ଛୁଟି
୨୩ ମାର୍ଚ୍ଚ ଚତୁର୍ଥ ଶନିବାର ଛୁଟି
୩୧ ମାର୍ଚ୍ଚ ରବିବାର ଛୁଟି

ଏବେ ଚାଲନ୍ତୁ ଜାଣିବା ଉତ୍ସବ ପାଇଁ ଛୁଟି
ମାର୍ଚ୍ଚ ୧: ଚାପଚର କୁଟ ଅବସରରେ ମିଜୋରାମରେ ବ୍ୟାଙ୍କ ବନ୍ଦ ରହିବ।
ମାର୍ଚ୍ଚ ୮: ମହାଶିବରାତ୍ରୀ ଅବସରରେ ତ୍ରିପୁରା, ମିଜୋରାମ, ତାମିଲନାଡୁ, ସିକ୍କିମ୍‍, ଆସାମ, ମଣିପୁର, ରାଜସ୍ଥାନ, ନାଗାଲାଣ୍ଡ, ପଶ୍ଚିମବଙ୍ଗ, ନୂଆଦିଲ୍ଲୀ, ଗୋଆ, ବିହାର, ଏବଂ ମେଘାଳୟକୁ ଛାଡି ଅନ୍ୟ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।
୨୨ ମାର୍ଚ୍ଚ: ବିହାର ଦିବସ ଅବସରରେ ବିହାରରେ ବ୍ୟାଙ୍କ ବନ୍ଦ ରହିବ।
୨୫ ମାର୍ଚ୍ଚ: ଦୋଳ ପୂର୍ଣ୍ଣିମା ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।
୨୬ ମାର୍ଚ୍ଚ: ହୋଲି ଅବସରରେ ଦେଶର ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ।
୨୭ ମାର୍ଚ୍ଚ: ବିହାରରେ ହୋଲି ଅବସରରେ ସେଠାରେ ବ୍ୟାଙ୍କଗୁଡିବ ବନ୍ଦ ରହିବ।
୨୯ ମାର୍ଚ୍ଚ: ଗୁଡ ଫ୍ରାଇଡେ ଅବସରରେ ତ୍ରିପୁରା, ଆସାମ, ରାଜସ୍ଥାନ, ଜମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶକୁ ଛାଡିଲେ ଅନ୍ୟ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।

 

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories