ରାଜ୍ୟରେ ‘ଲ’ ଅଫିସରଙ୍କ ଫି ବୃଦ୍ଧି କଲେ ସରକାର

ଭୁବନେଶ୍ୱର: ରାଜ୍ୟରେ ‘ଲ’ ଅଫିସରଙ୍କ ଦୈନିକ ଓ ରିଟେନର ଫି’ ବୃଦ୍ଧି ହୋଇଛି। ରାଜ୍ୟ ସରକାର କାର୍ଯ୍ୟରତ ୧୮୪ ସରକାରୀ ଓକିଲଙ୍କ ଫି ୫୦ପ୍ରତିଶତ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଫି ଅନୁଯାୟୀ ଅତିରିକ୍ତ ସରକାରୀ ଓକିଲମାନେ ଦୈନିକ ପାଉଣା ୧୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୮୭୫ଟଙ୍କା ପାଇବେ। ସେହିଭଳି ରିଟେନର ଫି ପୂର୍ବରୁ ୮ହଜାର ୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨ହଜାର ୩୦୦ ଟଙ୍କା ପାଇବେ।
ସେହିଭଳି କାର୍ୟ୍ୟରତ ୭୪୦ ଜଣ ସହକାରୀ ସରକାରୀ ଓକିଲମାନେ ମାନେ ପୂର୍ବରୁ ଦୈନିକ ଫିଜ୍ ବାବଦକୁ ୧୧୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୬୫୦ ଟଙ୍କା ପାଇବେ। ରିଟେନର ଫିଜ୍ ବାବଦକୁ ପୂର୍ବରୁ ୪ ହଜାର ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୬ ହଜାର ଟଙ୍କା ପାଇବେ। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଆଇନ ଅଧିକାରୀ ଉପକୃତ ହେବେ।

Comments are closed.