www.samajalive.in
Sunday, December 14, 2025
17.1 C
Bhubaneswar

ଏନଏସି ଦାବିରେ ଯୁବ କଂଗ୍ରେସ ପକ୍ଷରୁ ବାଲିଆପାଳ ବ୍ଲକ ଆଗରେ ବିକ୍ଷୋଭ

ବାଲିଆପାଳ : ବାଲିଆପାଳକୁ ଏନଏସି ଘୋଷଣା କରିବା ଦାବିରେ ଆଜି ଯୁବ କଂଗ୍ରେସ ପକ୍ଷରୁ ବାଲିଆପାଳ ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ସୂଚନାଯୋଗ୍ୟ ରାଜ୍ୟସରକାର ୩୫ଟି ନୂଆ ଏନଏସି ଘୋଷଣା କରିଥିଲାବେଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ସମସ୍ତ ଭିତ୍ତିଭୂମି ଥିବା ସତ୍ତ୍ବେ ଏଥିରୁ ବାଦ ପଡିଛି । ତତ୍କାଳୀନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପ୍ରଚେଷ୍ଟାରେ ବାଲିଆପାଳକୁ ଏନଏସି ମାନ୍ୟତା ପ୍ରଦାନ ନିମନ୍ତେ ସମସ୍ତ ପ୍ରକାର କାର୍ଯ୍ୟ ଆଗକୁ ବଢିଥିଲା । ସରକାରଙ୍କ ଏନଏସି ଘୋଷଣା ପରେ ବାଲିଆପାଳ ବାଦ ପଡିବା ଯୋଗୁଁ ୨୭ ତାରିଖରେ ସ୍ୱାଭିମାନ ବାଲିଆପାଳିଆ ମଞ୍ଚ ବାଲିଆପାଳ ବନ୍ଦ ଡାକରା ଦେଇଥିଲା । ବାଲିଆପାଳକୁ ଏନଏସି ଗଠନ ପାଇଁ  ବାଲିଆପାଳବାସୀ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ରାଜ୍ୟସରକାର ଏହାକୁ କର୍ଣ୍ଣପାତ କରିନାହାନ୍ତି । ଏହାକୁ ବିରୋଧ କରି ଆଜି ବସ୍ତା ବାଲିଆପାଳର ଯୁବ କଂଗ୍ରେସ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଯୁବ କଂଗ୍ରେସ କର୍ମୀମାନେ ସ୍ଥାନୀୟ ଖଗଡାପାଳ ମନ୍ଦିର ନିକଟରୁ  ଏକ ଶୋଭାଯାତ୍ରାରେ ଆସି ସିମୁଳିଆ ମାର୍କେଟ, ବ୍ଲକ ଛକ, ପାରୁଳିଆ ଛକ, ପୁରୁଣା ବସଷ୍ଟାଣ୍ଡ ପରିକ୍ରମା କରି ବ୍ଲକ ଆଗରେ ବିକ୍ଷୋଭ କରିଥିଲେ   । ବସ୍ତା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ତୀର୍ଥ କୁମାର ନାଗ, ଯୁବ ନେତା ହୃଷିକେଶ ପଣ୍ଡା,ରବିନାରାୟଣ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ଯ ବାବାଜୀ ଦେହୁରୀ, ବ୍ଲକ ଯୁବ କଂଗ୍ରେସ ସଭାପତି ସୁବାସ ନାୟକ,  ବ୍ଲକ ଯୁବ କଂଗ୍ରେସ ସମ୍ପାଦକ ବିକାଶ ବାରିକ , ବିଜୟ ନାୟକ, ବିଶ୍ଵଜିତ ପ୍ରଧାନ, ପ୍ରଶାନ୍ତ କୁମାର ଦାସଙ୍କ ସହିତ ବହୁ ଯୁବ କଂଗ୍ରେସ ନେତା ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ଯଦି ସରକାର ଆଗାମୀ ୭ ଦିନ ମଧ୍ୟରେ ବାଲିଆପାଳକୁ ଏନଏସି ଘୋଷଣା ନ କରନ୍ତି ତେବେ ବାଲିଆପାଳ କଂଗ୍ରେସ ଓ ବାଲିଆପାଳବାସୀ ରାଜରାସ୍ତାକୁ ଓହ୍ଲେଇବା ସହିତ ଜୋରଦାର ଆନ୍ଦୋଳନ କରିବେ ବୋଲି  ଯୁବ କଂଗ୍ରେସ ଚେତାବନୀ ଦେଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories