www.samajalive.in
Tuesday, December 9, 2025
15.1 C
Bhubaneswar

ଉତ୍ତରପ୍ରଦେଶରେ ୮ଟି ରାଜ୍ୟସଭା ଆସନ ଜିତିଲା ବିଜେପି

ଡେସ୍କ: ଉତ୍ତରପ୍ରଦେଶରେ ବିଜେପି ୮ଟି ଆସନ ଜିତିଥିବା ବେଳେ ସମାଜବାଦୀ ପାର୍ଟି ୨ଟି ଆସନରେ ବିଜୟୀ ହୋଇଛି।ଆରଏଲଡିର ଜୟନ୍ତ ଚୌଧୁରୀ ଏବଂ ସମାଜବାଦୀ ପାର୍ଟିର କିଛି ବିଦ୍ରୋହୀଙ୍କ ସହାୟତାରେ ବିଜେପି ଗୋଟିଏ ଅତିରିକ୍ତ ଆସନ ଜିତିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍ ପିଏନ୍ ସିଂହ, ପୂର୍ବତନ ସାଂସଦ ଚୌଧୁରୀ ତେଜବୀର ସିଂହ, ଅମରପାଲ ମୌର୍ଯ୍ୟ, ସଙ୍ଗୀତା ବଲୱନ୍ତ, ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ, ପୂର୍ବତନ ବିଧାୟକ ସାଧନା ସିଂହ, ନବୀନ ଜୈନ ଓ ସଞ୍ଜୟ ସେଠ୍ ବିଜୟୀ ହୋଇଛନ୍ତି।

ବାୟୁସେନା ମୁଖ୍ୟଙ୍କୁ ସାକ୍ଷାତ କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

- Advertisement -

ସମାଜବାଦୀ ପାର୍ଟିର ଜୟା ବଚ୍ଚନ ଓ ରାମଜୀ ଲାଲ ସୁମନ ବିଜୟୀ ହୋଇଥିବା ବେଳେ ସମାଜବାଦୀ ପାର୍ଟିର ତୃତୀୟ ପ୍ରାର୍ଥୀ ଆଲୋକ ରଞ୍ଜନ ପରାଜିତ ହୋଇଛନ୍ତି। କଂଗ୍ରେସ ଶାସିତ ହିମାଚଳ ପ୍ରଦେଶରେ ବିଜେପି ଦ୍ୱିତୀୟ ଆସନରେ ବିଜୟୀ ହୋଇଛି। ବିଜେପିର ହର୍ଷ ମହାଜନ କଂଗ୍ରେସର ଅଭିଷେକ ମନୁ ସିଂଘଭିଙ୍କୁ ପରାସ୍ତ କରିଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ୩ଟି ଓ ବିଜେପି ଚତୁର୍ଥ ଆସନରେ ବିଜୟୀ ହୋଇଛି। ଗତକାଲି ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ନେତା ଅଜୟ ମାକେନ, ଜିସି ଚନ୍ଦ୍ରଶେଖର ଓ ସୟଦ ନାସିର ହୁସେନ ଏବଂ ବିଜେପି ପ୍ରାର୍ଥୀ ନାରାୟଣସା ଭଙ୍ଗାଡେ ବିଜୟୀ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories