www.samajalive.in
Monday, December 8, 2025
16.1 C
Bhubaneswar

ହିମାଚଳ ପ୍ରଦେଶରେ କାହିଁକି ହେଲା କ୍ରସ୍‌ ଭୋଟିଂ?

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ରାଜ୍ୟସଭା ନିର୍ବାଚନରେ ଯାହା ଭୟ ଥିଲା, ତାହା ହିଁ ହେଲା ଅର୍ଥାତ୍‌ କ୍ରସ୍‌ ଭୋଟିଂ। ଏଥିରୁ ସିଧାସଳଖ ଲାଭ ପାଇଲା ବିଜେପି। ପର୍ଯ୍ୟାପ୍ତ ଭୋଟ୍ ଥାଇ ମଧ୍ୟ କଂଗ୍ରେସ ହାରିଗଲା। କଂଗ୍ରେସର ହିଁ ୬ ଜଣ ବିଧାୟକ କ୍ରସ୍ ଭୋଟିଂ କରି ବିଜେପି ପ୍ରାର୍ଥୀଙ୍କୁ ଜିତାଇଦେଲେ। ତେବେ ଏଠି ପ୍ରଶ୍ନ ଉଠୁଛି କ୍ରସ୍‌ ଭୋଟିଂର କାରଣ କ’ଣ?

କୁହାଯାଉଛି ଯେ, ଅଭିଷେକ ମନୁ ସିଙ୍ଘଭିଙ୍କ ପ୍ରାର୍ଥିତ୍ୱରେ ଅନେକ କଂଗ୍ରେସ ନେତା ଖୁସି ନଥିଲେ। କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଏଥିରେ ବହୁତ ରାଗିଥିଲେ। ଆନନ୍ଦ ଶର୍ମା ରାଜ୍ୟସଭା ନିର୍ବାଚନ ଲଢିବାକୁ ଚାହୁଁଥିଲେ, କିନ୍ତୁ ଦଳ ତାଙ୍କୁ ଟିକେଟ ଦେଇନଥିଲା। ସିଙ୍ଘଭିଙ୍କୁ ହିମାଚଳ ପ୍ରଦେଶରେ ‘ବାହାର ଲୋକ’ ଆକ୍ଷା ଦିଆଗଲା ଏବଂ ସେ ତାଙ୍କୁ ନିଜ ଦଳରେ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଲା। ସିଙ୍ଘଭି ନିଜେ ସ୍ୱୀକାର କରିଛନ୍ତି ଯେ, ଏହା କଂଗ୍ରେସ ବନାମ ବିଜେପି ନୁହେଁ, ବରଂ କଂଗ୍ରେସ ବନାମ କଂଗ୍ରେସର ଲଢେଇ। ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ସାମ୍ବାଦିକ ସମ୍ମିଳନୀରେ ସିଙ୍ଘଭି କହିଛନ୍ତି, ଯେଉଁ ବିଧାୟକମାନେ କ୍ରସ୍ ଭୋଟିଂ କରିଛନ୍ତି, କାଲି ପର୍ଯ୍ୟନ୍ତ ସେମାନେ ମୋ ସହ ଏକାଠି ବସି ଜଳଖିଆ କରିଛନ୍ତି। କୌତୁହଳର ବିଷୟ ହେଉଛି, କ୍ରସ୍‌ ଭୋଟିଂ କରିଥିବା ୬ ଜଣ ବିଧାୟକ ଦିବଂଗତ ନେତା ବୀରଭଦ୍ର ସିଂହଙ୍କ ଗୋଷ୍ଠୀ ସହି ଜଡ଼ିତ ଥିଲେ। ହର୍ଷ ମହାଜନ ମଧ୍ୟ ସମାନ ଗୋଷ୍ଠୀର ଥିଲେ ଏବଂ ୨୦୨୨ରେ ବିଜେପିରେ ଯୋଗଦେବା ପୂର୍ବରୁ ସେ ତାଙ୍କ ପାଇଁ ରଣନୀତିଜ୍ଞ ଭାବରେ କାର୍ଯ୍ୟ କରୁଥିଲେ।

- Advertisement -

ସୂଚନାଯୋଗ୍ୟ, କଂଗ୍ରେସର ଅଭିଷେକ ମନୁ ସିଙ୍ଘଭିଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଛନ୍ତି। କ୍ରସ୍ ଭୋଟିଂ ଯୋଗୁଁ ଉଭୟଙ୍କୁ ମିଳିଥିଲା ୩୪ ଖଣ୍ଡ ଲେଖାଏଁ ଭୋଟ। କଂଗ୍ରେସର ୬ ବିଧାୟକ ବିଜେପି ସପକ୍ଷରେ ଭୋଟ ଦେଇଥିବା ସୂଚନା ମିଳିଛି। ଶେଷରେ ଟସ୍ ମାଧ୍ୟମରେ ହର୍ସ ମହାଜନ ନିର୍ବାଚିତ ହୋଇଥିବା ନେଇ ଘୋଷଣା କରାଯାଇଛି। କଂଗ୍ରେସ ମଧ୍ୟ ପରାଜୟ ସ୍ୱୀକାର କରିବା ସହ ବିଜେପିର ହର୍ଷ ମହାଜନଙ୍କୁ ଶୁଭେଚ୍ଛା ଜଣାଇଛି।

ରାଜ୍ୟସଭା ନିର୍ବାଚନରେ ​​ଯେଉଁଭଳି ଭାବେ କ୍ରସ୍ ଭୋଟିଂ ହୋଇଛି, ତାହା ବର୍ତ୍ତମାନ ହିମାଚଳର ସୁଖବିନ୍ଦର ସିଂହ ସୁଖୁ ସରକାର ପାଇଁ ମଧ୍ୟ ବିପଦ ସୃଷ୍ଟି କରିଛି। କୁହାଯାଉଛି ଯେ, ହିମାଚଳର କଂଗ୍ରେସ ସରକାରରେ ପୂର୍ବରୁ ଅନ୍ତର୍କନ୍ଦଳ ଥିଲା ଏବଂ ଅଭିଷେକ ମନୁ ସିଙ୍ଘଭିଙ୍କ ପ୍ରାର୍ଥିତ୍ବ ଏହାକୁ ଆହୁରି ବଢାଇଦେଲା।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories