ଗଞ୍ଜେଇ ଜବତ ; ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ 

ବାଉଁଶୁଣୀ : ବାଉଁଶୁଣୀ ଥାନା ଝାରମୁଣ୍ଡା ହାଟପଦା ନିକଟରୁ ୧୪ କେଜି ଗଞ୍ଜେଇ ଜବତ ମାମଲାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବାଉଁଶୁଣୀ ପୁଲିସ। ମିଳିଥିବା ସୁଚନା ଅନୁଯାୟୀ ଝାରମୁଣ୍ଡା ହାଟପଦା ନିକଟରେ ଚଢାଉ କରି ଗଞ୍ଜେଇ ଚାଲାଣ ମାମଲାରେ ବାଉଁଶୁଣି ପୁଲିସ ୧୪ କେଜି ଗଞ୍ଜେଇ ସହିତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ୩ଟି ବାଇକ ଜବତ୍ କରିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ହିଲୁଙ୍ଗ ଗ୍ରାମର ଆଶୁତୋଷ ଖଟୁଆ ଓ ଦୁର୍ୟ୍ୟୋଧନ ଖଟୁଆ ଏବଂ ବିରିଗଡ ଗ୍ରାମର ସଞ୍ଜିତ୍ ଖଟୁଆ ବୋଲି ଜଣାପଡିଛି। ସମସ୍ତ ଅଭିଯୁକ୍ତ ମାନଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରା ଯାଇଥିବା ଥାନା ଅଧିକାରୀ ଅଞ୍ଜଳି ବିଶ୍ଵାଳ କହିଛନ୍ତି।

Comments are closed.