ବାଉଁଶୁଣି : ବୌଦ୍ଧ ବ୍ଲକ ବାଉଁଶୁଣି ଅଞ୍ଚଳରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ମୁଖ୍ୟମନ୍ତ୍ରୀ ପୁଷ୍ଟିକର ଖାଦ୍ୟ ଯୋଜନାରେ ୧୩ରୁ ଉର୍ଦ୍ଧ ବୟସର କିଶୋରୀ ବାଳିକାମାନଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ଅନିୟମିତତା ଅଭିଯୋଗ ହେଉଛି। ସରକାରୀ ନିୟମ ଅନୁଯାୟୀ ଜଣେ କିଶୋରୀ ବାଳିକାକୁ ଭଜା ଚଣା, ଭିଟାମିନ ଯୁକ୍ତ ମୁଢ଼ି, ଅଣ୍ଡା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଅଭିଯୋଗ ଅନୁସାରେ ତେଲିବନ୍ଧ, ମୁଣ୍ଡିପଦର, ମୁଣ୍ଡାପଡ଼ା, ତାଳସରଡ଼ା, ଗ୍ରାମ ପଞ୍ଚାୟତର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ନିର୍ଦ୍ଧାରିତ ମାପ ଠାରୁ କମ୍ ରହୁଥିବା ଚଣା ,ମୁଢ଼ି, ପ୍ରଦାନ କରାଯାଉଥିବା ଅଭିଯୋଗ ହେଉଛି। ସରକାରୀ ଅଧିକାରୀ ମାନେ ସରକାରଙ୍କ ନିୟମକୁ ଫୁକରି ଉଡ଼ାଇ ଦେଉଛନ୍ତି। ଏ ଦିଗରେ ତଦନ୍ତ କରିବା ସହ ଉପଯୁକ୍ତ ପରିମାଣରେ କିଶୋରୀ ବାଳିକାମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ଦାବି ହେଉଛି।
Popular Categories



