www.samajalive.in
Sunday, December 14, 2025
14.1 C
Bhubaneswar

ସମୁଦ୍ରରେ ଇରାନ ବୋଟକୁ ଧରିଲା ନୌସେନା: ଜବତ ହେଲା ହଜାରେ କୋଟିରୁ ଅଧିକ…

ଗୁଜୁରାଟ: ଗୁଜୁରାଟ ଉପକୂଳରେ ଭାରତୀୟ ନୌସେନା ପକ୍ଷରୁ ଏକ ବିଦେଶୀ ବୋଟ୍‍ ଠାବ କରାଯାଇଛି । ବୋଟି ଇରାନରୁ ଆସିଥିବା ଜଣାପଡିବା ପରେ ନୌସେନା ଅଧିକାରୀ ମାନେ ଏହାକୁ ତନତନ କରି ଯାଞ୍ଚ କରିଛନ୍ତି । ଅନେକ ସମୟ ଖୋଜାଖୋଜି କରିବା ପରେ ବୋଟ ଭିତରୁ ଯାହା ମିଳିଛି ତାହାକୁ ଦେଖିବା ପରେ ନୌସେନା ଅଧିକାରୀ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ବୋଟ ଭିତରୁ କୋଟି କୋଟି ଟଙ୍କାର ବିପୁଳ ପରିମାଣର ଡ୍ରଗ୍ସ ଜବତ କରାଯାଇଛି । ଏହାର ମୂଲ୍ୟ ହଜାରେ କୋଟିରୁ ଅଧିକ ହେବ ବୋଲି କୁହାଯାଇଛି ।
ମଙ୍ଗଳବାର ଗୁଜୁରାଟ ଉପକୂଳରେ ଆତଙ୍କବାଦୀ ବିରୋଧୀ ସ୍କ୍ୱାର୍ଡ, ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଅପରେସନରେ ଏହି ଇରାନୀୟ ବୋଟକୁ ଅଟକାଇଥିଲେ । ୪ଜଣ ଇରାନ ସଦସ୍ୟଙ୍କୁ ଅଟକ ରଖିବା ସହ ହଜାରେ କୋଟିରୁ ଅଧିକ ଟଙ୍କାର ଡ୍ରଗ୍ସ ସହ ଅନ୍ୟାନ୍ୟ ନିଶାଦ୍ରବ୍ୟ ସାମଗ୍ରୀ ଜବତ କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହି ବୋଟକୁ ପୋରବନ୍ଦର ଆଡକୁ ଅଣାଯାଉଛି । ଇରାନ ବୋଟରୁ ୩ହଜାର କିଲୋଗ୍ରାମରୁ ଅଧିକ ଡ୍ରଗ୍ସ ଜବତ କରାଯାଇଛି । ଆରବସାଗରରୁ ଗୁଜୁରାଟ ଏଟିଏସ୍‍ ଏବଂ ଏନସିବି ସମେତ ସୁରକ୍ଷା ଏଜେନ୍ସିର ମିଳିତ ଉଦ୍ୟମରେ ଏତେ ପରିମାଣର ଡ୍ରଗ୍ସ ଜବତ କରିବାରେ ସଫଳତା ମିଳିଛି ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories